ସିନ୍ଧୁଙ୍କ ବଡ ଘୋଷଣା: ମାସକୁ ୨ ହଜାର ଏବଂ ଗୋଟିଏ ବର୍ଷରେ ୮ ସିଲିଣ୍ଡର ପାଇବେ ପ୍ରତ୍ୟେକ ମହିଳା

Published: Jan 3, 2022, 2:29 pm IST

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ରମାଗତ ଭାବରେ ଲାଭଜନକ ପ୍ରତିଶୃତି ଦେଉଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ପଞ୍ଜାବର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପରେ ବର୍ତ୍ତମାନ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଘୋଷଣା କରିଛନ୍ତି ଯେ, ଯଦି ନିର୍ବାଚନ ପରେ କଂଗ୍ରେସ ଦଳ କ୍ଷମତାକୁ ଆସେ, ତେବେ ପ୍ରତ୍ୟେକ ମହିଳାଙ୍କୁ ପ୍ରତ୍ୟେକ ମାସରେ ୨ ହଜାର ଟଙ୍କା ଏବଂ ଆଠଟି ଗ୍ୟାସ୍ ସିଲିଣ୍ଡର ମିଳିବ।

ନବଜୋତ ସିଦ୍ଧୁ ବରନାଲାରେ ଅନୁଷ୍ଠିତ ରାଲିରେ କହିଛନ୍ତି ଯେ, ପ୍ରତି ମାସରେ ପଞ୍ଜାବର ମହିଳାମାନଙ୍କୁ ୨ ହଜାର ହଜାର ଟଙ୍କା ଦିଆଯିବ। ଏହାପୂର୍ବରୁ ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲ ପ୍ରତ୍ୟେକ ମହିଳାଙ୍କୁ ମାସକୁ ଏକ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏବେ କଂଗ୍ରେସ ଦୁଇ ହଜାର ଦେବାକୁ ଘୋଷଣା କରିଛି। ଅର୍ଥାତ୍ ଘରର ଯତ୍ନ ନେଉଥିବା ମହିଳାମାନଙ୍କୁ ପ୍ରତି ମାସରେ ୨ ହଜାର ଦିଆଯିବ।

ସିଦ୍ଧୁଙ୍କ ଘୋଷଣାର ମୁଖ୍ୟ ଆକର୍ଷଣ:

– ପଞ୍ଚମ ଶ୍ରେଣୀ ପାସ୍ ଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା।

– ଦଶମ ପାସ୍ ଛାତ୍ରୀଙ୍କୁ ମିଳିବ ୧୫ ହଜାର ଟଙ୍କା।

– ଦ୍ୱାଦଶ ପାସ୍ ଛାତ୍ରୀଙ୍କୁ ମିଳିବ ୨୦ ହଜାର ଟଙ୍କା।

– ଝିଅମାନେ କଲେଜର ଆଡମିଶନ ସ୍ଲିପ୍ ଦେଖାଇବା ପରେ ସ୍କୁଟି ପାଇବେ।

– ବିଦେଶ ଯାଉଥିବା ଝିଅଙ୍କୁ ଟାବଲେଟ୍ ଦିଆଯିବ।

– ଝିଅମାନଙ୍କ ନାମରେ ମାଗଣାରେ ଜମି ପଞ୍ଜୀକୃତ ହେବ।

– ଘରୋଇ କାମ ପାଇଁ ମହିଳାମାନଙ୍କୁ ବିନା ସୁଧରେ ଦୁଇ ଲକ୍ଷ ଟଙ୍କା ଋଣ ଦିଆଯିବ।

– ପାଞ୍ଚ ଏକର ତଳେ ଥିବା କୃଷକ/ଶ୍ରମିକଙ୍କୁ ପ୍ରତିଦିନ ୪୦୦ ଟଙ୍କା ଦେବେ।

– ପଞ୍ଜାବ କଂଗ୍ରେସ ସଭାପତି ଆହୁରି କହିଛନ୍ତି ଯେ, ପ୍ରତ୍ୟେକ ଗ୍ରାମରେ ମହିଳା କମାଣ୍ଡୋ ବାଟାଲିୟନ ଗଠନ କରିବ କଂଗ୍ରେସ ପ୍ରତ୍ୟେକ ଗାଁରେ ଏହି ବାଟାଲିୟନରେ ଦୁଇଜଣ ମହିଳାଙ୍କୁ ରଖାଯିବ।

Related posts