ଖୋର୍ଦ୍ଧା ଖବରକାଗଜ ହକରମାନଙ୍କୁ କୋଭିଡ୍ ସହାୟତା ଓ ପରିଚୟପତ୍ର ପ୍ରଦାନ

Published: Jan 4, 2022, 1:10 am IST

ଖୋର୍ଦ୍ଧା/ଭୁବନେଶ୍ୱର: ଖବରକାଗଜ ହକରମାନଙ୍କୁ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଟା ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଖବରକାଗଜ ହକରମାନଙ୍କୁ କୋଭିଡ୍ ସହାୟତା ପ୍ରଦାନ ଓ ପରିଚୟପତ୍ର ପ୍ରଦାନ ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପଦକ୍ଷେପ ବୋଲି କହିଥିଲେ ।

ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ କହିଥିଲେ ଯେ, ଖବରକାଗଜ ହକରମାନେ ସେମାନଙ୍କର  ସେବା ପାଇଁ ସେମାନଙ୍କୁ  ପରିଚୟ ପତ୍ର ପ୍ରଦାନ କରାଯାଇ  ମାନ୍ୟତା ଦିଆଯାଇଛି । ରାଜ୍ୟରେ ୭ ହଜାରରୁ ଊର୍ଦ୍ଧ୍ୱ ହକରମାନଙ୍କର ଡାଟା ବେସ ପ୍ରସ୍ତୁତ କରାଯାଇଛି । ସେମାନଙ୍କୁ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇ ପଂଜୀକୃତ ହକରମାନଙ୍କୁ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ, ପ୍ରାକୃତିକ ମୃତ୍ୟୁ , ଦୁର୍ଘଟଣା ଯୋଗୁଁ  ସଂପୂର୍ଣ୍ଣ  ଶାରିରୀକ ଅକ୍ଷମ, ଶରୀରର ଅଙ୍ଗ ଅକ୍ଷମ କ୍ଷେତ୍ରରେ ସେମାନଙ୍କୁ ବା ସେମାନଙ୍କର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ମନୋଜ କୁମାର ପାଢୀ, ସୂଚନା ଓ ଲୋକସଂପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଭୁବନେଶ୍ୱର ପଠାଣି ରାଉତ ଓ  ଗଣମାଧ୍ୟମର  ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।

Related posts