
ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଯାତ୍ରୀ ବାହି ଅଟୋ ଲେଉଟି ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି।
ଖବର ମୁତାବକ ଆଜି ମଧ୍ୟାହ୍ନରେ ବାଣପୁର ଥାନା ଅନ୍ତର୍ଗତ ଆୟତପୁର ଅଞ୍ଚଳରୁ ପାଞ୍ଚ ଜଣ ଯାତ୍ରୀଙ୍କୁ ନେଇ ଏକ ଯାତ୍ରୀ ବାହି ଅଟୋ ବାଲୁଗାଁ ଅଭିମୁଖେ ଯାଉଥିଲା। ତେବେ ମେଘାମ୍ବରୀ ମନ୍ଦିର ପଛ ଭାଗ କେନାଲ ରୋଡ଼ରେ କୌଣସି କାରଣ ବଶତଃ ଅଟୋଟି ଲେଉଟିପଡିଥିଲା। ଫଳରେ ଡ୍ରାଇଭର ସମେତ ଅଟୋରେ ଥିବା ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତନ୍ମଧରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି ଏବଂ ଜଣେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଛନ୍ତି।
ଗୁରୁତର ଆହତ ଦ୍ୱୟ ହେଲେ ବେଲେଡିହ ଗ୍ରାମର ସୁକାନ୍ତି ନାୟକ ଏବଂ ବୁଟୁ ପ୍ରଧାନ। ବୁଟୁ ପ୍ରଧାନଙ୍କ ମୁଣ୍ଡ ଏବଂ ନାକରୁ ରକ୍ତସ୍ରାବ ଜାରି ରହିଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦେଇଛନ୍ତି।