ଶ୍ରୀଲଙ୍କା ଆକ୍ରମଣ ଘଟଣା : ତିନି ଜଣିଆ ତଦନ୍ତ କମିଟି ଗଠିତ

Published: Apr 22, 2019, 4:07 pm IST

ଶ୍ରୀଲଙ୍କାରେ ଗତକାଲି ଇଷ୍ଟର ଅବସରରେ ଘଟିଥିବା ମର୍ମନ୍ତୁଦ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନର ଆଦେଶ ଦେଇଛନ୍ତି ରାଷ୍ଟ୍ରପତି ମୈତ୍ରିପାଳା ଶିରିସେନା। ଏହି କମିଟିରେ ରହିଥିବା ତିନି ଜଣ ସଦସ୍ୟ ହେଉଛନ୍ତି ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ବିଜିତ୍‌ ମଲାଲଗୋଡା, ପୂର୍ବତନ ପୋଲିସ୍‌ ଆଇଜି ଏନ୍‌ କେ ଇଲାଙ୍ଗାକୁନ୍‌ ଏବଂ ପୂର୍ବତନ ଆଇନ ବିଭାଗ ସଚିବ ପଦ୍ମଶିରି ଜୟମାନ୍ନେ। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶାନୁଯାୟୀ ଏହି ତିନି ଜଣିଆ ସଦସ୍ୟ ଦଳ ଦୁଇ ସପ୍ତାହ ମଧ୍ୟରେ ବିସ୍ଫୋରଣ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବେ। ସୂଚନାଯୋଗ୍ୟ ଯେ ଗତକାଲି ଇଷ୍ଟର ଅବସରରେ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣରେ ୨୯୦ ଅଧିକ ମୃତାହତ ହୋଇଥିବା ବେଳେ ୬୦୦ରୁ ଅଧିକ ଆହତ ହୋଇଛନ୍ତି।

Related posts