ଗତକାଲି ତୁଳନାରେ ଆଜି ଦେଶରେ ସାମାନ୍ୟ ହ୍ରାସ ପାଇଲା କରୋନା ସଂକ୍ରମଣ

Published: Jan 11, 2022, 11:17 am IST

ନୂଆଦିଲ୍ଲୀ: ଗତକାଲି ତୁଳନାରେ ଆଜି ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୮ ହଜାର ୬୩ ଟି ନୂଆ ମାମଲା ହୋଇଥିବାବେଳେ ୨୭୭ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି କରୋନାର ନୂତନ ମାମଲାରେ ୬.୪ ପ୍ରତିଶତ ହ୍ରାସ ଘଟିଛି। ସୋମବାର ଦିନ ୧ ଲକ୍ଷ ୭୯ ହଜାର ନୂତନ ମାମଲା ଚିହ୍ନଟ ହୋଇଥିଲା।

ସେହିଭଳି ଏହି ସମୟ ମଧ୍ୟରେ ୬୯ ହଜାର ୯୫୯ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୫୮ ଲକ୍ଷ ୭୫ ହଜାର ୭୯୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୪ ହଜାର ୨୧୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୩ କୋଟି ୪୫ ଲକ୍ଷ ୭୦ ହଜାର ୧୩୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୮ ଲକ୍ଷ ୨୧ ହଜାର ୪୪୬ କୁ ବୃଦ୍ଧି ପାଇଛି।

Related posts