ବାଣପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳି ପୋଡ଼ି ପାଉଁଶ ହେଲା ଦୁଇ ବଖରା ଘର

Published: Jan 11, 2022, 11:37 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଭାୟାବହ ଅଗ୍ନିକାଣ୍ଡ। ଯାହାଦ୍ୱାରା ଦୁଇ ବଖରା ଘର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ସୂଚନା ମୁତାବକ ବାଣପୁର ବ୍ଲକ ରତନପୁର ଗ୍ରାମର ବସନ୍ତ ବେହେରାଙ୍କ ଘରେ ସଟସର୍କିଟ ହେତୁ ଆଜି ସକାଳେ ନିଆଁ ଲାଗିଯାଇଥିଲା। ଘରେ କେହି ଉପସ୍ଥିତ ନଥିବା ବେଳେ ଉକ୍ତ କାଣ୍ଡ ଘଟିଥିଲା।

ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସନ୍ତଙ୍କ ଚାଳ ଘରର ଦୁଇ ବଖରା ପୋଡି ନଷ୍ଟ ହୋଇଯାଇଛି। ତତସହିତ ବହୁ ଦରକାରୀ ଜିନିଷ ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି। ତେବେ ବସନ୍ତ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ପାଇଁ ସରକାରୀ ସହାୟତା ନିମନ୍ତେ ସାଧାରଣରେ ଦାବି ହେଉଛି।

Related posts