Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଏକ ଉନ୍ନତ ଓ ସମୃଦ୍ଧ ନବଭାରତ ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ
ଆଜିର ଖବର

ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଏକ ଉନ୍ନତ ଓ ସମୃଦ୍ଧ ନବଭାରତ ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ

January 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଏକ ଉନ୍ନତ ଓ ସମୃଦ୍ଧ ନବଭାରତ ଗଠନରେ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନର ଏକ ମୁଖ୍ୟ ଭୂମିକା ରହିଛି ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ପତ୍ରସୂଚନା କାର୍ଯ୍ୟାଳୟ,ପିଆଇବି, ଆଞ୍ଚଳିକ କ୍ଷେତ୍ର ପ୍ରଚାର ବ୍ୟୁରୋ,  ଆରଓବି ଓ ଓଡିଶା ନେହେରୁ ଯୁବ କେନ୍ଦ୍ର ସଂଗଠନର ମିଳିତ ଆନୁକୂଲ୍ୟରେ ଆଜି (୧୧-୦୧-୨୦୨୨) ସ୍ୱାମୀ ବିବେକାନନ୍ଦ-ନବଭାରତର ପ୍ରେରଣାର ଉତ୍ସ ଶୀର୍ଷକ ୱେବିନାରରେ ଯୋଗଦେଇ ବକ୍ତାଗଣ ଏହି ମତବ୍ୟକ୍ତ କରିଛନ୍ତି।

ୱେବିନାରରେ ଅଂଶଗ୍ରହଣ କରି ଆରଓବି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସ୍ୱାମୀ ବିବେକାନନ୍ଦଙ୍କ ତିନୋଟି ମହତ୍ୱପୂର୍ଣ୍ଣବାଣୀ ଉପରେ ଆଲୋକପାତ କରିଥିଲେ। ତାହା ହେଲା ଆତ୍ମବିଶ୍ୱାସ, ମନ ଓ ହୃଦୟରେ ଗ୍ରହଣ ବା ପରିତ୍ୟାଗ, ଯାହା ଆସୁଛି ତାହା ସାମ୍ନା କର।

ବିଶିଷ୍ଟ ଲେଖକ ଓ ଆଧ୍ୟାତ୍ମିକ ଚିନ୍ତକ ବିଷ୍ଣୁପ୍ରସାଦ ନନ୍ଦ ସ୍ୱାମୀ ବିବେକାନନ୍ଦଙ୍କ ଜୀବନଦର୍ଶ ଉପରେ ଆଲୋକପାତ କରି କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଭାରତ ଓ ପାଶ୍ଚାତ୍ୟ ଜଗତ ମଧ୍ୟରେ ଏକ ସେତୁ ଗଠନ କରିଥିଲେ। ସ୍ୱାମିଜୀ “ ସନାତନ ଧର୍ମର ବାଣୀ ବିଶ୍ୱରେ ପରିଚିତ କରାଇବା ସହ ସବୁବେଳେ, ସମାଜର ଅବହେଳିତମାନଙ୍କ ଅଧିକାର ପାଇଁ ଅଣ୍ଟାଭିଡି ଠିଆ ହୋଇଥିଲେ” ବୋଲି ସେ କହିଥିଲେ।” ସ୍ୱାମିଜୀ ସମଗ୍ର ବିଶ୍ୱରେ ବିଶ୍ୱ ଭ୍ରାତୃତ୍ୱର ପ୍ରଚାର କରିଥିଲେ ବୋଲି ଶ୍ରୀ ନନ୍ଦ କହିଥିଲେ।

ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର ସ୍ୱାମିଜୀଙ୍କ ନୀତି କିପରି ଏକ ସମୃଦ୍ଧ ଭାରତ ଗଠନରେ ସହାୟକ ହେବ  ତାହା ଉପରେ ଆଲୋକପାତ କରିଥିଲେ। ସ୍ୱାମିଜୀଙ୍କ ବାଣୀର ଯୁଗ ଯୁଗ ଧରି ମହତ୍ୱ ରହିଛି। ଏହା ସେତେବେଳେ ଯୁକ୍ତିଯୁକ୍ତ ଥିଲା ଓ ଏବେ ମଧ୍ୟ ରହିଛି। ଆମେ ତାଙ୍କ ନୀତି ଓ ଆଦର୍ଶକୁ ଅନୁସରଣ କଲେ ଏକ ନୂତନ ଭାରତ ଗଠନ କରିପାରିବା ବୋଲି ସେ କହିଥିଲେ। ଶ୍ରୀ ମହାପାତ୍ର ଯୁବ ସମାଜର ବିକାଶ ଦିଗରେ ନୀତିମାନ ନିର୍ଦ୍ଧାରଣ କରୁଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଦେଶର ଭବିଷ୍ୟତ ଯୁବାଗୋଷ୍ଠୀ ନିମନ୍ତେ ନୂତନ କାର୍ଯ୍ୟକ୍ରମ ଓ ନୀତିମାନ ଗ୍ରହଣ କରୁଛନ୍ତି। ସରକାର ସଠିକଭାବେ ସ୍ୱାମୀ ବିବେକାନନ୍ଦଙ୍କ ନୀତିଗୁଡିକୁ ଅନୁସରଣ କରୁଥିବା ଶ୍ରୀ ମହାପାତ୍ର କହିଥିଲେ।

ରାଜ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ଏକାଂଶର ଅଧିକାରୀଗଣ ରାଜ୍ୟର ବିଭିନ୍ନ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନର ଯୁବ ସଦସ୍ୟଗଣ ୱେବିନାରରେ ଅଂଶଗ୍ରହଣ କରିଥିଲେ।

ଭୁବନେଶ୍ୱର ସ୍ୱାମୀ ବିବେକାନନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.