Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗ: ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ ଗଠନ କଲେ କମିଟି
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗ: ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ ଗଠନ କଲେ କମିଟି

January 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଅଭାବରୁ ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ନେତୃତ୍ୱ ନେବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା। ଏହି କମିଟିରେ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମଧ୍ୟ ରଖାଯାଇଛି। ସୁରକ୍ଷା ଅଭାବର ସମସ୍ତ ଦିଗକୁ ପରୀକ୍ଷା କରିବା ବ୍ୟତୀତ ଭବିଷ୍ୟତରେ ଏହି ଘଟଣାର ପୁନରାବୃତ୍ତି ନହେବା ପାଇଁ ଏହି କମିଟି ମଧ୍ୟ ପରାମର୍ଶ ଦେବ।

ଜାନୁଆରୀ ୫ ତାରିଖରେ ପଞ୍ଜାବର ରାସ୍ତା ଦେଇ ବଠୀଣ୍ଡା ଠାରୁ ଫିରୋଜପୁର ଅଭିମୁଖେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ୨୦ ମିନିଟ୍ ପାଇଁ ଫ୍ଲାଏ ଓଭରରେ ଅଟକରହିବାକୁ ପଡିଥିଲା। ଏହାର କାରଣ ହେଲା ହଠାତ୍ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଫ୍ଲାଏ ଓଭର ସମ୍ମୁଖରେ ପହଞ୍ଚିଥିଲେ। ରାଜ୍ୟ ଡିଜିପିଙ୍କ ସହମତି ପରେ ପ୍ରଧାନମନ୍ତ୍ରୀଙ୍କ ପଥ ନିର୍ଣ୍ଣୟ କରାଯାଉଥିବାରୁ ଏହା ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତର ଅବହେଳା ବୋଲି ଜଣାପଡିଛି। ଓକିଲ ଭଏସ୍ ନାମକ ଏକ ସଂସ୍ଥା ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପହଞ୍ଚି ନ୍ୟାୟଯୁକ୍ତ ତଦନ୍ତ ଦାବି କରିଛି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜାଣିବାକୁ ପାଇଲେ ଯେ, ଉଭୟ କେନ୍ଦ୍ର ଏବଂ ପଞ୍ଜାବ ସରକାର ନିଜ ନାମରେ ଏହି ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି। ପରସ୍ପରର କମିଟିର କିଛି ସଦସ୍ୟଙ୍କ ନିରପେକ୍ଷତା ଉପରେ ଉଭୟ ସରକାର ସନ୍ଦେହ ସୃଷ୍ଟି କରିଥିଲେ। ଆଜିର ଆଦେଶରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ହିମା କୋହଲିଙ୍କ ଏକ ବେଞ୍ଚ କହିଛନ୍ତି ଯେ, ଏଭଳି ଗୁରୁତର ମାମଲାର ଏକପାଖିଆ ଯାଞ୍ଚ ହୋଇପାରିବ ନାହିଁ। ତେଣୁ ଏକ ସନ୍ତୁଳିତ ଅନୁସନ୍ଧାନ ପାଇଁ ଏହା ଜଣେ ପୂର୍ବତନ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବା ଆବଶ୍ୟକ।

କୋର୍ଟ ଦ୍ୱାରା ଗଠିତ କମିଟିର ସଦସ୍ୟମାନେ:

୧- ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା (ଚେୟାରମ୍ୟାନ୍)

୨- NIA ର ଡିଜି କିମ୍ବା ତାଙ୍କ ଦ୍ଵାରା ନିଯୁକ୍ତ ଅଧିକାରୀ ଯିଏ ଆଇଜି ପଦବୀରୁ କମ୍ ହୋଇନଥିବେ।

୩- ଚଣ୍ଡିଗଡ଼ ଡିଜିପି

୪- ADGP (ସୁରକ୍ଷା) ପଞ୍ଜାବ

୫- ପଞ୍ଜାବ-ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍

ପ୍ରଧାନ ବିଚାରପତି ଏହି ତିନି ବିଚାରପତିଙ୍କ ତରଫରୁ ଏହି ରାୟ ପଢିଛନ୍ତି। ସେ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ କେଉଁ ପ୍ରକାରର ତ୍ରୁଟି ହୋଇଛି, ତାହା ଏହି କମିଟି ଦେଖିବ? ଏଥିପାଇଁ କିଏ ଦାୟୀ? ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ?” କମିଟିର କୌଣସି କାର୍ଯ୍ୟକାଳ ସ୍ଥିର କୋର୍ଟ
କରିନାହାଁନ୍ତି। କେବଳ କମିଟି ଶୀଘ୍ର ଏହାର ରିପୋର୍ଟ ଦେବାକୁ ଚେଷ୍ଟା କରିବା ଉଚିତ୍ ବୋଲି କୁହାଯାଇଛି।

ନରେନ୍ଦ୍ର ମୋଦୀ ପଞ୍ଜାବ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.