
ଭୂବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ପଂଜାବରେ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ ଓଡିଶା ବିଜେପି ଉଭୟ ପଂଜାବ ସରକାର ଏବଂ ଗାନ୍ଧି ପରିବାରଙ୍କୁ ସମାଲୋଚନା କରିଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ନିନ୍ଦା କରିଛି ବିଜେପି। ବିଜେପି କହିଛି ପାକିସ୍ଥାନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରତ୍ୱରେ ପ୍ରଧାନମନ୍ତ୍ରୀ ସେଦିନ ଥିଲେ।
ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ପଥକୁ ଜାଣିଶୁଣି ଅବରୋଧ କରାଯାଇଥିଲା। ଦୀର୍ଘ ୨୦ ମିନିଟ କାଳ ପ୍ରଧାନମନ୍ତ୍ରୀଙ୍କ କାରକେଡ ରାସ୍ତା ମଝିରେ ଓ ପୋଲ ଉପରେ ଛିଡା ହୋଇଥିଲା। ଏହା ଏକ ଷଡଯନ୍ତ୍ର ବୋଲି ବିଜେପି କହିଛି। ଏହି ସମୟରେ ପାକିସ୍ଥାନ ପକ୍ଷରୁ ଡ୍ରୋନ, ମୋର୍ଟାର ଏବଂ ମିସାଇଲ ଆକ୍ରମଣ ମଧ୍ୟ ସମ୍ଭବ ଥିଲା ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ।