Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲରେ ଅସ୍ଥି ଯୁକ୍ତ ପୁଚ୍ଛ ବିଶିଷ୍ଟ ନବଜାତର ବିରଳ ଅସ୍ତ୍ରୋପଚାର
ଆଜିର ଖବର

ସମ୍ ହସ୍ପିଟାଲରେ ଅସ୍ଥି ଯୁକ୍ତ ପୁଚ୍ଛ ବିଶିଷ୍ଟ ନବଜାତର ବିରଳ ଅସ୍ତ୍ରୋପଚାର

January 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ନ୍ୟୁରୋ ସର୍ଜନମାନେ ଏକ ନବଜାତ ଶିଶୁଠାରେ ଥୋରାସିକ ଅଂଚଳରେ ବିରଳ ଅସ୍ଥିଯୁକ୍ତ ଲାଞ୍ଜ ଦେଖିବାକୁ ପାଇଛନ୍ତି ଯାହାକୁ ପୃଥିବୀର ପ୍ରଥମ ଏପରି ଘଟଣା କୁହାଯାଉଛି।

ଜନ୍ମ ସମୟରେ ଶିଶୁମାନଙ୍କ ପୃଷ୍ଠ ଭାଗରେ ଲାଞ୍ଜ ଭଳି ବୃଦ୍ଧି ପାଉଥିବା ଅଂଶ ଏ ପର୍ଯ୍ୟନ୍ତ ୧୯୫ଟି ଘଟଣାରେ ଦେଖାଯାଇଛି ଯାହା ମଧ୍ୟରୁ ୨୬ ଜଣ ଶିଶୁଙ୍କ କ୍ଷେତ୍ରରେ ଏହି ବୃଦ୍ଧି ମେରୁଦଣ୍ଡର ଶେଷ ଅଂଶ ଅର୍ଥାତ୍ କକ୍ସିଜିଲ୍ ଅଂଚଳରେ ଦେଖିବାକୁ ମିଳିଥିଲା ବୋଲି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ଼) ଅଶୋକ କୁମାର ମହାପାତ୍ର ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ମାତ୍ର ଏହି ଶିଶୁ କ୍ଷେତ୍ରରେ ଏହି ବୃଦ୍ଧି ଥୋରାସିକ ଅଂଚଳରେ ଦେଖିବାକୁ ମିଳିଥିଲା ଯାହା ବିଶ୍ୱର ପ୍ରଥମ ଏପରି ଘଟଣା ବୋଲି ପ୍ରଫେସର (ଡ) ମହାପାତ୍ର କହିଛନ୍ତି।

ଏହିପରି ଲାଞ୍ଜ ଏକ ବିରଳ କନଜେନିଟାଲ ଅବସ୍ଥା। ସମ୍ ହସ୍ପିଟାଲରେ ପ୍ରଫେସର (ଡ) ମହାପାତ୍ର ଓ ଡକ୍ଟର ରାମଚନ୍ଦ୍ର ଦେଓ ଶିଶୁଟିର ସଫଳ ଅସ୍ତ୍ରୋପଚାର କରି ଏହି ଲାଞ୍ଜକୁ ବାହାର କରିପାରିଛନ୍ତି। ଗତ ନଭେମ୍ବର ୨୫ ତାରିଖରେ ଶିଶୁଟିର ଏକା ଥରେ ୩ଟି ଅସ୍ତ୍ରୋପଚାର କରାଯାଇଥିଲା। ଶିଶୁଟିର ଅବସ୍ଥା ଭଲ ରହିଛି।

ପ୍ରଫେସର (ଡ଼) ମହାପାତ୍ର ଏହିପରି ଘଟଣା ଘଟିଥାଏ ଓ ଏ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ଆବଶ୍ୟକ ବୋଲି କହିଥିଲେ। ସାଧାରଣତଃ ଶିଶୁମାନଙ୍କ ଜନ୍ମ ପୂର୍ବରୁ ଏହି ଲାଞ୍ଜଟି ଉଭେଇଯାଇଥାଏ ଓ ଟେଲ ବୋନ ଭାବରେ ଶରୀରରେ ରହିଥାଏ ବୋଲି ସେ କହିଥିଲେ।

ନ୍ୟୁରୋସର୍ଜନ ଡକ୍ଟର ସୌଭାଗ୍ୟ ପାଣିଗ୍ରାହୀ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ନବଜାତ ବିରଳ ଅସ୍ତ୍ରୋପଚାର ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

March 22, 2026
Latest News

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.