Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ପୋଲିଓ ପ୍ରତିଷେଧକ ଟିକାକରଣ ପାଇଁ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧା: ପୋଲିଓ ପ୍ରତିଷେଧକ ଟିକାକରଣ ପାଇଁ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ

January 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପଲସ ପୋଲିଓ ଟିକାକାରଣ ପାଇଁ ଜିଲ୍ଲା ଟାସ୍କଫୋର୍ସ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚ୍ଯୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି। ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଆର୍ତ୍ତବନ୍ଧୁ ନାୟକ ସ୍ୱାଗତ ଭାଷଣ ଦେବା ସହ ଜିଲ୍ଲାରେ ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଜାନୁଆରୀ ୨୩, ୨୪ ଓ ୨୫ ତାରିଖରେ ପିଲାମାନଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ।

ଜାନୁଆରୀ ୨୩ ତାରିଖରେ ପୋଲିଓ ବୁଥରେ ପିଲାମାନଙ୍କୁ ପଲସ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ। ଯେଉଁ ପିଲାମାନେ ପୋଲିଓ ବୁଥରେ ପ୍ରତିଷେଧକ ନେଇ ନଥିବେ ସେମାନଙ୍କୁ ଜାନୁଆରୀ ୨୪ ଓ ୨୫ ତାରିଖରେ ଘରକୁ ଘର ବୁଲି ପୋଲିଓ ପ୍ରତିଷେଧକ ଦିଆଯିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୁବନେଶ୍ୱର ପ୍ରତିନିଧି ଡ଼ା. ସୁନୀଲ କୁମାର ଦାସ ପଲସ ପୋଲିଓ ଟିକାକାରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ସମଗ୍ର ଦେଶରେ ଜାନୁଆରୀ ୨୩, ୨୪ ଓ ୨୫ ତାରିଖରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ପଲସ ପୋଲିଓ ଟିକାକରଣ କରିବାକୁ ଲକ୍ଷ୍ୟରହିବ। ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ବିଶ୍ୱରେ ପୋଲିଓ ଦୂର ହେବା ଅବସ୍ଥାକୁ ଆସିଛି। ୨୦୨୩ ସୁଦ୍ଧା ବିଶ୍ୱକୁ ପୋଲିଓ ମୁକ୍ତ କରିବାକୁ ଲକ୍ଷ ରହିଛି। ଭାରତରେ ୨୦୧୧ ପରଠାରୁ ପୋଲିଓ ମାମଲା ସାମ୍ନାକୁ ଆସିନାହିଁ। ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯାଉଛି। ଖୋର୍ଦ୍ଧା ଜିଲ୍ଲାରେ ପଲସ ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ୧ ଲକ୍ଷ ୨୮ ହଜାର ୧୫୭ ଜଣ ପିଲାଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦେବା ପାଇଁ ଲକ୍ଷ ରହିଛି।  ଏଥିପାଇଁ ଜିଲ୍ଲାରେ ୬୨୦ ଟି ପୋଲିଓ ବୁଥରେ ପିଲାମାନଙ୍କୁ ପୋଲିଓ ପ୍ରତିଷେଧକ ଟିକା ଦିଆଯିବ।

ପୋଲିଓ ପ୍ରତିଷେଧକ ଦେବା ପାଇଁ ୨ ହଜାର ୪୮୦ ଜଣ ଭାକସିନେଟର ନିୟୋଜିତ ହେବେ। ୪୦ ଟି ଟ୍ରାନଜିଟ ଟିମ ଓ ୨୨ ଟି ମୋବାଇଲ ଟିମ କାର୍ଯ୍ୟକରିବ।  ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଟ୍ରାନଜିଟ ଟିମ ରହିବ। ବାହାରୁ ଆସୁଥିବା ପିଲାମାନଙ୍କୁ ମଧ୍ୟ ପୋଲିଓ ପ୍ରତିଷେଧକ ଟିକା ଦେବାପାଇଁ ବ୍ୟବସ୍ଥା କରାଯିବ।  ପୋଲିଓ ପ୍ରତିଷେଧକ ଟିକାକରଣ ପାଇଁ ପ୍ରତି ବ୍ଲକରେ ବ୍ଲକ ଟାସ୍କଫୋର୍ସ ବୈଠକ କରାଯିବ।

କୋଭିଡ ସ୍ଥିତିକୁ ଲକ୍ଷ୍ୟ ରଖି ପୋଲିଓ ଟିକାକରଣ କରିବାକୁ ଆଲୋଚନା ହୋଇଥିଲା। ପୋଲିଓ ଟିକାକରଣ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ଓ ସ୍ଵେଚ୍ଛାସେବୀ ସଙ୍ଗଠନ ସହଯୋଗ କରିବାକୁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା. ରଘୁନାଥ ନାୟକ କହିଥିଲେ ଓ ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026
Latest News

ଆଜି ୧୬ ତାରିଖ ଶନିବାରରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.