NDTVର ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ହୃଦଘାତରେ ପରଲୋକ, ବିଭିନ୍ନ ମହଲରେ ଶୋକ

Published: Jan 14, 2022, 12:29 pm IST

ନୂଆଦିଲ୍ଲୀ: ଗତ ତିନି ଦଶନ୍ଧି ଧରି ଏନଡିଟିଭିର ସାମ୍ବାଦିକତା କରୁଥିବା ସାମ୍ବାଦିକ କମଲ ଖାନଙ୍କ ହୃଦଘାତରେ ପରଲୋକ ଘଟିଛି। ସେ ଗତ 30 ବର୍ଷ ଧରି NDTV ସହିତ ଜଡିତ ଥିଲେ ଏବଂ ତାଙ୍କର ଭିନ୍ନ ଧରଣର ସାମ୍ବାଦିକତା ପାଇଁ ସେ ବେଶ୍ ଜଣାଶୁଣା। ସେ ଚ୍ୟାନେଲର ଲକ୍ଷ୍ମୌ ବ୍ୟୁରୋ ମୁଖ୍ୟ ଥିଲେ।

61 ବର୍ଷ ବୟସ୍କ କମଲ ଗତକାଲି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବିଷୟରେ ତାଙ୍କର ରିପୋର୍ଟ ଚ୍ୟାନେଲରେ ଦେଖିବାକୁ ମିଳିଥିଲା।  ସେ ଭାରତୀୟ ଟେଲିଭିଜନ ପୁରସ୍କାରର ଚାରୋଟି ପୁରସ୍କାର ଜିତିଛନ୍ତି |

ତିନି ଦଶନ୍ଧି ମଧ୍ୟରେ ସେ ରାଜନୀତିର ଅନେକ ପର୍ଯ୍ୟାୟ ଦେଖିଛନ୍ତି ଏବଂ ଦର୍ଶକଙ୍କୁ ତାଙ୍କ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ତଥ୍ୟ ପ୍ରଦାନ କରିଛନ୍ତି। କମଲ, ପତ୍ନୀ ରୁଚି ଏବଂ ପୁଅ ଅମାନଙ୍କୁ ଛାଡି ସବୁଦିନ ପାଇଁ ଚାଲିଯାଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Related posts