Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ନ୍ୟୁଜ ଚ୍ୟାନେଲ ‘ଏନଡିଟିଭି’ କୁ କିଣିବ ଆଦାନୀ ଗ୍ରୁପ, ବିଜ୍ଞପ୍ତି ଜାରୀ କଲା କଂପାନୀ

ନୂଆଦିଲ୍ଲୀ: ଭାରତୀୟ ମିଡିଆ ଜଗତରେ ଏକ ବଡ ଧରଣର କିଣାବିକା ହେବାକୁ ଯାଉଛି। ତାହା ହେଲା ଭାରତର ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଏନଡିଟିଭି କୁ କିଣିବ ଆଦାନୀ ଗ୍ରୁପ। ଏ ନେଇ ଆଦାନୀ ଗ୍ରୁପ ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗ୍ରୁପର ଅନ୍ୟତମ କଂପାନୀ AMG Media Networks Limited, ଏନଡିଟିଭିର ୨୯.୧୮ ପ୍ରତିଶତ ଷ୍ଟେକ ଅଧିଗ୍ରହଣ କରିବ।

ଏଥିରେ ପୁଣି କୁହାଯାଇଛି ଯେ, ୨୯.୧୮ ପ୍ରତିଶତ ଅଧିଗ୍ରହଣ କରିବା ପରେ ଆଉ ୨୬ ପ୍ରତିଶତ ପାଇଁ ଓପନ ଅଫର ଜାରୀ କରାଯିବ। ଆଦାନୀ ଗ୍ରୁପ ଏହି ୨୬ ପ୍ରତିଶତ ଓପନ ଅଫରରେ ପ୍ରତି ସେୟାର ମୂଲ୍ୟ ୨୯୪ ଟଙ୍କା ହିସାବରେ ମୋଟ ୪୯୩ କୋଟି ଟଙ୍କା ଧାର‌୍ୟ୍ୟ କରାଯାଇଛି। ଆଜି ଏନଡିଟିଭିର ସେୟାର ମୂଲ୍ୟ ୫ ପ୍ରତିଶତ ବୃଦ୍ଧି ପାଇଁ ୩୭୭.୫୫ ପଇସାରେ କାରବାର ବନ୍ଦ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

NDTVର ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ହୃଦଘାତରେ ପରଲୋକ, ବିଭିନ୍ନ ମହଲରେ ଶୋକ

ନୂଆଦିଲ୍ଲୀ: ଗତ ତିନି ଦଶନ୍ଧି ଧରି ଏନଡିଟିଭିର ସାମ୍ବାଦିକତା କରୁଥିବା ସାମ୍ବାଦିକ କମଲ ଖାନଙ୍କ ହୃଦଘାତରେ ପରଲୋକ ଘଟିଛି। ସେ ଗତ 30 ବର୍ଷ ଧରି NDTV ସହିତ ଜଡିତ ଥିଲେ ଏବଂ ତାଙ୍କର ଭିନ୍ନ ଧରଣର ସାମ୍ବାଦିକତା ପାଇଁ ସେ ବେଶ୍ ଜଣାଶୁଣା। ସେ ଚ୍ୟାନେଲର ଲକ୍ଷ୍ମୌ ବ୍ୟୁରୋ ମୁଖ୍ୟ ଥିଲେ।

61 ବର୍ଷ ବୟସ୍କ କମଲ ଗତକାଲି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବିଷୟରେ ତାଙ୍କର ରିପୋର୍ଟ ଚ୍ୟାନେଲରେ ଦେଖିବାକୁ ମିଳିଥିଲା।  ସେ ଭାରତୀୟ ଟେଲିଭିଜନ ପୁରସ୍କାରର ଚାରୋଟି ପୁରସ୍କାର ଜିତିଛନ୍ତି |

ତିନି ଦଶନ୍ଧି ମଧ୍ୟରେ ସେ ରାଜନୀତିର ଅନେକ ପର୍ଯ୍ୟାୟ ଦେଖିଛନ୍ତି ଏବଂ ଦର୍ଶକଙ୍କୁ ତାଙ୍କ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ତଥ୍ୟ ପ୍ରଦାନ କରିଛନ୍ତି। କମଲ, ପତ୍ନୀ ରୁଚି ଏବଂ ପୁଅ ଅମାନଙ୍କୁ ଛାଡି ସବୁଦିନ ପାଇଁ ଚାଲିଯାଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।