ଶ୍ରୀମନ୍ଦିରରେ ପାଳିତ ହେଲା ମକର ପର୍ବ, ହେଲେ ଶ୍ରୀଜିୟୁଙ୍କ ମକରବେଶ ଦେଖିବାରୁ ଭକ୍ତ ବଞ୍ଚିତ

Published: Jan 14, 2022, 3:55 pm IST

ପୁରୀ: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହିଦିନ ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଖାଇବାକୁ ଦିଆଯାଇଥାଏ। ବିଭିନ୍ନ ଦେବାଦେବୀ ପିଠରେ ମଧ୍ୟ ଏହି ମକର ଚାଉଳ ଭୋଗ ଲାଗି ପରଂପରା ରହିଛି। ସେହିପରି ଶ୍ରୀମନ୍ଦିରରେ ମଧ୍ୟ ମକର ପର୍ବ ଅନୁଷ୍ଠିତ ହୋଇଥାଏ। ଏହିଦନ ମନ୍ଦିରରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମକର ଚାଉଳ ଭୋଗ କରାଯାଇଥାଏ।

ମକର ସଂକ୍ରାନ୍ତିଦିନ ଶ୍ରୀଜୀଉଙ୍କ ମଙ୍ଗଳା ଆରତି ଓ ଅବକାଶ ନୀତି ସରିବା ପରେ ପଟା ପହରଣ ବା ଜାଲି ସୂତା ବସ୍ତ୍ର ଲାଗି କରାଯାଇଥାଏ। ଏହାପରେ ତ୍ରିମୁଣ୍ଡିରେ ମକର ଚୂଳ ଲଗାଯାଇଥାଏ। ସକାଳ ଧୂପ ପରେ ମହାସ୍ନାନ, ସର୍ବାଙ୍ଗଲାଗି, ନୂଆଲୁଗାଲାଗି, ମାଳଚୂଳ ଲାଗି ପରେ ଛଅ ମୂର୍ତ୍ତିଙ୍କ ମକର ବେଶ ଅନୁଷ୍ଠିତ ହୋଇଥାଏ।

ଶ୍ରୀଜୀୟୁ ମକର ସଂକ୍ରାନ୍ତିରେ ମକର ଚୌରାସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ତେବେ କୋଭିଡ କଟକଣା ପାଇଁ ଏହି ବେଶ ଦେଖିବାରୁ ଭକ୍ତମାନେ ବଞ୍ଚିତ ହୋଇଛନ୍ତି।

Related posts