ଆଜି ମାୟାବତୀଙ୍କ ଜନ୍ମଦିନରେ ଏପରି ଶୁଭେଚ୍ଛା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Published: Jan 15, 2022, 10:59 am IST

ନୂଆଦିଲ୍ଲୀ: ଆଜି ହେଉଛି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କର ଜନ୍ମଦିନ। ବର୍ତ୍ତମାନ ଉତ୍ତରପ୍ରଦେଶରେ ନିର୍ବାଚନ ଗରମ ଥିବା ବେଳେ ତାଙ୍କର ଜନ୍ମଦିନକୁ ନେଇ ରାଜନୀତି ମଧ୍ୟ ପଛରେ ପଡି ନାହିଁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାୟାବତୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁଶ୍ରୀ ମାୟାବତୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଏବଂ ହ୍ରାଦିକ ଅଭିନନ୍ଦନ। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ଭଗବାନ ଶ୍ରୀ ରାମଙ୍କ ନିକଟରେ ପ୍ରାର୍ଥନା କରୁଛି।

ଅନ୍ୟପଟେ ମାୟାବତୀଙ୍କ ଜନ୍ମଦିନକୁ ‘ଜନ କଲ୍ୟାଣକରୀ ଦିୱାସ’ ଭାବରେ ପାଳନ କରିବାକୁ ବିଏସପି ଘୋଷଣା କରିଛି। ମାୟାବତୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟବାସୀଙ୍କୁ ମଧ୍ୟ ସମ୍ବୋଧିତ କରିବେ। ସୂଚନାନୁସାରେ, ବିଏସପି ଆଜି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ମଧ୍ୟ ପ୍ରକାଶ କରିବ।

Related posts