ଆଜି ସେନା ଦିବସ, ପ୍ରଧାନମନ୍ତ୍ରୀ ସେନାଙ୍କୁ ଶୁଭେଚ୍ଛା ଜଣାଇ କହିଲେ ଏପରି କଥା

Published: Jan 15, 2022, 1:03 pm IST

ନୂଆଦିଲ୍ଲୀ: ସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ସେନା ଦିବସ ଅବସରରେ ବିଶେଷ ଶୁଭେଚ୍ଛା, ବିଶେଷ କରି ଆମର ସାହସୀ ସୈନିକ, ସମ୍ମାନିତ ଭେଟେରାନ ଏବଂ ସେମାନଙ୍କ ପରିବାରକୁ ମୋର ଅଭିନନ୍ଦନ।

ଭାରତୀୟ ସେନା ନିଜର ସାହସିକତା ଏବଂ ବୃତ୍ତିଗତ କାର୍ଯ୍ୟ ପାଇଁ ବେଶ୍ ଜଣାଶୁଣା। ଜାତୀୟ ସୁରକ୍ଷା ଦିଗରେ ଭାରତୀୟ ସେନାର ଅମୂଲ୍ୟ ଅବଦାନକୁ ଭାଷାରେ ବର୍ଣ୍ଣନା କରାଯାଇପାରିବ ନାହିଁ ବୋଲି ମୋଦି କହିଛନ୍ତି।

ଭାରତୀୟ ସେନା କର୍ମଚାରୀମାନେ ବିପଦପୂର୍ଣ୍ଣ ଅଞ୍ଚଳରେ କାର୍ଯ୍ୟ କରନ୍ତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମେତ ମାନବିକ ସଙ୍କଟ ସମୟରେ ନାଗରିକମାନଙ୍କୁ ସାହାଯ୍ୟ କରିବାରେ ଆଗରେ ରହିଥାନ୍ତି। ବିଦେଶରେ ଶାନ୍ତି ରକ୍ଷା ମିଶନରେ ସେନାର ଅବଦାନ ପାଇଁ ଭାରତ ଗର୍ବିତ ବୋଲି ସେ କହିଛନ୍ତି।

Related posts