
ପାଟକୁରାରେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ରହିଛି। ପାଟକୁରାରେ ବିଜେଡ଼ିର ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ଯୋଗୁଁ ସେଇ ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରହିଛି। ଏହି ନିର୍ବାଚନ ମଣ୍ଡଳୀକୁ ନେଇ ସିଇଓ ସୂଚନା ଦେଇଛନ୍ତି। ତେବେ ଏଇ ବିଧାନସଭା ଆସନରେ ବିଜେଡ଼ି ସାନି ପ୍ରାର୍ଥୀ ଦେବ। ଅନ୍ୟ କୌଣସି ଦଳଙ୍କୁ ପ୍ରାର୍ଥୀ ବଦଳାଇବାକୁ ସୁଯୋଗ ଦିଆଯିବ ନାହିଁ। ନିର୍ବାଚନ କେବେ ହେବ, ସେନେଇ ତାରିଖ ଘୋଷଣା କରାଯାଇନାହିଁ। ଏହି ନିର୍ବାଚନ ଆସନରେ ବିଜେପି ତରଫରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ତେବେ ଏହି ଆସନରେ ବିଜେଡ଼ି ତରଫରୁ କିଏ ପ୍ରାର୍ଥୀ ହେବ, ତାହା ଆଗାମୀ ସମୟ କହିବ।