ଆଉ ଏକ ସପ୍ତାହ ପର୍ଯ୍ୟନ୍ତ କଟକଣା ଲାଗିଲା ରାଲି-ରୋଡ୍ ସୋ ଉପରେ ନିଷେଧାଦେଶ

Published: Jan 22, 2022, 7:05 pm IST

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଲି ତଥା ସାଧାରଣ ସଭା ଉପରେ ପ୍ରତିବନ୍ଧକକୁ ଏକ ସପ୍ତାହ ବଢାଇ ଦେଇଛନ୍ତି। ଏହି ସପ୍ତାହରେ ରାଲି, ରୋଡ୍ ସୋ ଏବଂ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ। ଟୀକାକରଣ ଏବଂ ସଂକ୍ରମଣର ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ରୀୟ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଅନୁଯାୟୀ, ଜାନୁୟାରୀ ୩୧ ପର୍ଯ୍ୟନ୍ତ ରାଲି ଏବଂ ସାଧାରଣ ସଭା ଉପରେ ପ୍ରତିବନ୍ଧକ ଜାରି ରହିବ। କିନ୍ତୁ ଏହା ସହିତ କିଛି ରିହାତି ମଧ୍ୟ ଦିଆଯାଇଛି। ବର୍ତ୍ତମାନ ୫ ଜଣଙ୍କ ବଦଳରେ ୧୦ ଜଣ ଲୋକ ଦ୍ୱାର ଦ୍ୱାର ଅଭିଯାନରେ ଅଂଶଗ୍ରହଣ କରିପାରିବେ। ପ୍ରଚାର ସମୟରେ କୋଭିଡ-୧୯ ପ୍ରୋଟୋକଲକୁ ଅନୁସରଣ କରିବାକୁ ପଡିବ। ଏକାସାଙ୍ଗରେ ୩୦୦ ପରିବର୍ତ୍ତେ ୫୦୦ ଲୋକ ନିର୍ବାଚନ ସଭାରେ ଅଂଶଗ୍ରହଣ କରିପାରିବେ।

Related posts