ଚିଲିକା: ସତ୍ୟପାଠ ଦାଖଲରେ ଅନିୟମିତତା ଅଭିଯୋଗ, ନିର୍ବାଚନ ଅଫିସରଙ୍କୁ ଘେରିଲେ ଆଙ୍କୁଲା ପଞ୍ଚାୟତବାସୀ

Published: Jan 22, 2022, 8:53 pm IST

ସୀତାରାମ ଅଗ୍ରୱାଲ

ଚିଲିକ‍ା: ଚିଲିକ‍ା ବ୍ଲକ ଅନ୍ତର୍ଗତ ଆଙ୍କୁଲା ଗ୍ରାମ ପଞ୍ଚାୟତରେ ୧୪ନଂ ୱାର୍ଡ ର ୱାର୍ଡମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଅନେକ ପ୍ରାର୍ଥୀ। କିନ୍ତୁ ଏଥିରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି। ଜଣେ ପ୍ରାର୍ଥୀଙ୍କର ୩ ରୁ ଉର୍ଦ୍ଧ୍ଵ ସନ୍ତାନ ଥାଇ ମଧ୍ୟ ସେ ପ୍ରାର୍ଥୀପାତ୍ର ଦାଖଲ କରିଥିବା ଅଭିଯୋଗ ହୋଇଛି।

ତେବେ ୨୨/୦୪/୧୯୯୫ ନିର୍ବାଚନ ଅଧିନିୟମ ଅନୁଯାୟୀ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ନିର୍ବାଚନ ଲଢିପାରିବେ ନାହିଁ। ହେଲେ ୧୪ନଂ ୱାର୍ଡର ପ୍ରାର୍ଥିନୀ ସଞ୍ଜୁକ୍ତା ମାର୍ଥିଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଏ ନେଇ ଆଜି ୧୪ନଂ ୱାର୍ଡର ପ୍ରାର୍ଥିନୀ ପ୍ରତିମା ବରାଳ ଅଙ୍କୁଲା ପଞ୍ଚାୟତ ନିର୍ବାଚନ ‍ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସଞ୍ଜୁକ୍ତାଙ୍କ ପିଲାମାନେ ପଢୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କଠାରୁ ସମସ୍ତ ପ୍ରମାଣପତ୍ର ଆଣି ନିର୍ବାଚନ ଅଫିସରଙ୍କୁ ପ୍ରତିମା ହସ୍ତାନ୍ତର କରିଛନ୍ତି। ସଞ୍ଜୁକ୍ତାଙ୍କ ବିରୋଧରେ ସବୁ ପ୍ରମାଣ ପତ୍ର ଦେଇ ମଧ୍ୟ କିଭଳି ନିର୍ବାଚନ ଅଫିସର୍ ଅଭିଯୋଗ ଗ୍ରହଣ କରୁନାହାଁନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରତିମା ବରାଳ କହିଛନ୍ତି।

ଅନ୍ୟ ପକ୍ଷରେ ନିର୍ବାଚନ ଅଫିସର ଅଭିଯୋଗର ତଦନ୍ତ ଜାରି ରଖିଛନ୍ତି ଏବଂ ଚିଲିକା ବିଡିଓଙ୍କୁ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଅଙ୍କୁଲା ପଞ୍ଚାୟତ ଠାରେ ନିଜ ନିଜ ର ସମର୍ଥଙ୍କ କୋଳାହଳ ଲାଗିରହିଥିବାର ଦେଖିବାକୁ ମିଳିଛି।

Related posts