
କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡର ଗାଁ ମାନଙ୍କରେ ହାତୀମାନଙ୍କର ଦୌରାତ୍ମରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ହାତୀମାନେ ଗାଁ ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ହାତୀ ମଣିଷ ଲଢ଼େଇ ଏ ଅଂଚଳରେ ନୀତିଦିନିଆ ଘଟଣା।
ହାତୀମାନେ ବଭିନ୍ନ ସମୟରେ ଖାଦ୍ୟ ନ ପାଇ ମୃତ୍ୟୁବରଣ କରୁଛନ୍ତି। ବହୁ ହାତୀ ଅସୁସ୍ଥ ହୋଇ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ରେଢ଼ାଖାଲ ବନଖଣ୍ଡ ନାକଟିଦେଉଳ ବନାଂଚଳ ଅନ୍ତର୍ଗତ ସାହେବୀ ନିକଟସ୍ଥ ଛେମିଣ୍ଡିଆ ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ପଡ଼ିଥିବା ବନବିଭାଗ କହିଛି।
ଆଜି ଏ ସଂପର୍କରେ ବନବିଭାଗ ସୂଚନା ପାଇଛି। ନାକଟିଦେଉଳ ବନ ବିଭାଗ ର ରେଞ୍ଜ ଅଧିକାର ଅଶ୍ବିନୀ କୁମାର ବେହେରା ଘଟଣା ସ୍ଥଳରେ ପହଂଚି ଅସୁସ୍ଥ ହାତୀକୁ କିପରି ଚିକିତ୍ସା କରାଯିବ ବ୍ୟବସ୍ଥା କରୁଥିବା ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା ପ୍ରକାଶ କରିଛନ୍ତି। ଯାହା ଅନୁମାନ କରାଯାଉଛି ହାତୀଟି ରୋଗାଗ୍ରସ୍ତ ହୋଇ ଏପରି ଅସୁସ୍ଥ ହୋଇପଡ଼ିଛି।
ସୂଚନା ଥାଉକି ଗତ ତା ୨୭/୧୦/୨୦୨୧ ରେ ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କିସିଣ୍ଡା ନିକଟସ୍ଥ କୁଲାଡେରା ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଥିଲା। ସେଇ ସମୟରେ ବନବିଭାଗର କର୍ମଚାରୀମାନେ ବହୁ ଚେଷ୍ଟା ପରେ ମଧ୍ୟ ହାତୀଟିକୁ ବଂଚାଇ ପାରି ନ ଥିଲେ।