
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ପ୍ରଚାର। ଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇ ନାହିଁ। ହେଲେ ନିର୍ଦ୍ବନ୍ଦରେ ଓଡିଶାରୁ ୩୬୯୭୬ ଜଣ ପ୍ରାର୍ଥୀ ବର୍ତ୍ତମାନ ଜିତି ସାରିଲେଣି। ମୁଖ୍ୟତଃ ଯେଉଁ ସ୍ଥାନରେ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସେହି ସ୍ଥାନର ପ୍ରାର୍ଥୀଙ୍କୁ ନିର୍ବାଚନ କମିଶନର ବିଜେତା ଘୋଷଣା କରିଛନ୍ତି। ମୋଟ ଜିତିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ବିଭିନ୍ନ ପଦବୀ ସଂଖ୍ୟା ହେଲା
ୱାର୍ଡ ମେମ୍ବର ମୋଟ ପଦବୀ ସଂଖ୍ୟା- ୯୧୮୯୦ , ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ୩୬୫୨୩ ଜଣ
ସରପଞ୍ଚ ମୋଟ ପଦବୀ ସଂଖ୍ୟା- ୬୭୯୩, ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ୧୨୬ ଜଣ
ପଞ୍ଚାୟତ ସମିତି ସଭ୍ୟ ମୋଟ ପଦବୀ ସଂଖ୍ୟା- ୬୭୯୩, ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ୩୨୬ ଜଣ
ଜିଲ୍ଲା ପରିଷଦ ମୋଟ ସଦସ୍ୟ ସଂଖ୍ୟା- ୮୫୩, ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ- ୦୧