Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସର ତାରକା ପ୍ରଚାରକ ତାଲିକାରୁ ବାଦ ପଡିଲେ ଗୁଲାମ ନବି ଆଜାଦ ଏବଂ ମନୀଷ ତିୱାରୀ
ଆଜିର ଖବର

କଂଗ୍ରେସର ତାରକା ପ୍ରଚାରକ ତାଲିକାରୁ ବାଦ ପଡିଲେ ଗୁଲାମ ନବି ଆଜାଦ ଏବଂ ମନୀଷ ତିୱାରୀ

February 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଫେବୃଆରୀ ୨୦ ତାରିଖରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ ଲୋକସଭା ସାଂସଦ ମନୀଷ ତିୱାରୀଙ୍କ ନାମ ଦଳର ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇନାହାନ୍ତି। ପଞ୍ଜାବ ପାଇଁ କଂଗ୍ରେସ ୩୦ ଟି ‘ତାରକା ପ୍ରଚାରକ’ର ଏକ ତାଲିକା ପ୍ରକାଶ କରିଛି। ଯେଉଁଥିରେ ସୋନିଆ ଗାନ୍ଧୀ, ମନମୋହନ ସିଂ ଏବଂ ରାହୁଲ ଗାନ୍ଧୀଙ୍କ ନାମ ରହିଛି।

ଆଜାଦ ଏବଂ ତିୱାରୀ ଜି-୨୩ ର ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି। ଯେଉଁମାନେ ଦଳର ନେତୃତ୍ୱକୁ ଚିଠି ଲେଖି ଦଳର ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି। ଏହି ଲୋକମାନେ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି। ନିକଟରେ ଗୁଲାମ ନବୀ ଆଜାଦଙ୍କୁ ଭାରତ ସରକାର ପଦ୍ମ ଭୂଷଣ ପ୍ରଦାନ କରିଛନ୍ତି।

ତେବେ ପଞ୍ଜାବର ତାରକା ପ୍ରଚାରକମାନଙ୍କ ମଧ୍ୟରେ ଆନନ୍ଦ ଶର୍ମା ଏବଂ ଭୁପିନ୍ଦର ସିଂ ହୁଡାଙ୍କ ପରି ଜି-୨୩ ର ଅନ୍ୟ କିଛି ସଦସ୍ୟ ଅଛନ୍ତି। ପ୍ରଚାରକମାନଙ୍କ ତାଲିକାରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ମଧ୍ୟ ଅଛନ୍ତି। ଯିଏକି ପୂର୍ବରୁ କଂଗ୍ରେସ ବିରୁଦ୍ଧରେ ବିଦ୍ରୋହ କରିଥିଲେ।

ମନୀଷ ତିୱାରୀ ପଞ୍ଜାବର ଏକମାତ୍ର ହିନ୍ଦୁ ସାଂସଦ। ଏହା ସତ୍ତ୍ୱେ ତାଙ୍କ ନାମ ତାରକା ପ୍ରଚାରକ ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ। ତେବେ ପଞ୍ଜାବର ଅନ୍ୟ ଜଣେ ସାଂସଦ ରାବନୀତ ସିଂ ବିଟୁ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ପ୍ରିୟଙ୍କା ଗାନ୍ଧୀ ବାଦ୍ରା, ହରିଶ ଚୌଧୁରୀ, ପିସିସି ମୁଖ୍ୟ ନବଜୋତ ସିଂ ସିଦ୍ଧୁ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି, ଅମ୍ବିକା ସୋନି ଏବଂ ପୂର୍ବତନ ଅଧ୍ୟକ୍ଷ ମୀରା କୁମାର ମଧ୍ୟ ଅଛନ୍ତି।

କଂଗ୍ରେସର ତାରକା ପ୍ରଚାରକମାନଙ୍କ ତାଲିକାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଜାଖଡଙ୍କ ବ୍ୟତୀତ ପ୍ରତାପ ସିଂ ବାଜୱା, ଅଜୟ ମାକେନ୍ ଏବଂ ରଣଦୀପ ସୁରଜେୱାଲାଙ୍କ ନାମ ରହିଛି। ଏମାନଙ୍କ ବ୍ୟତୀତ ହରିୟାଣା କଂଗ୍ରେସ ସଭାପତି କୁମାରୀ ଶୈଲଜା, ଦଳର ନେତା ରାଜୀବ ଶୁକ୍ଲା, ରଣଜିତ୍ ରଂଜନ, ଡି’ସୁଜା, ବି.ଭି ଶ୍ରୀନିବାସ, ଇମ୍ରାନ ପ୍ରତାପଗଢି, ଅମରିନ୍ଦର ସିଂ ରାଜ ୱାରିଙ୍ଗ, ଅମୃତା ଧାୱନ, ରାମିନ୍ଦର ଆୱଲା ଏବଂ ତାଜିନ୍ଦର ସିଂ ବିଟୁ ମଧ୍ୟ ୩୦ ତାରା ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି।

କଂଗ୍ରେସ ତାରକା ପ୍ରଚାରକ ମନୀଷ ତିୱାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ କ୍ରୀଡା ପ୍ରଶାସନ ବୋର୍ଡ ଅଧିନିୟମ ଏବଂ ଜାତୀୟ କ୍ରୀଡା ଟ୍ରିବ୍ୟୁନାଲ୍ ଅଧିନିୟମ, ୨୦୨୬ ଲାଗି ଅଧିସୂଚନା ଜାରି

May 27, 2026

ନାବାଳିକାକୁ ଦୁଷ୍କର୍ମ ମାମଲା: ୨ ଗିରଫ

May 27, 2026

ଆଇପିଏଲ୍ ବେଟିଂ: ୧୮ ଗିରଫ

May 26, 2026

ଆସନ୍ତାକାଲିଠାରୁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆବେଦନ

May 26, 2026
Latest News

ଜାତୀୟ କ୍ରୀଡା ପ୍ରଶାସନ ବୋର୍ଡ ଅଧିନିୟମ ଏବଂ ଜାତୀୟ କ୍ରୀଡା ଟ୍ରିବ୍ୟୁନାଲ୍ ଅଧିନିୟମ, ୨୦୨୬ ଲାଗି ଅଧିସୂଚନା ଜାରି

May 27, 2026

ଆଜି ମେ ୨୭ ତାରିଖ ବୁଧବାରରେ ନଅଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

May 27, 2026

ନାବାଳିକାକୁ ଦୁଷ୍କର୍ମ ମାମଲା: ୨ ଗିରଫ

May 27, 2026

ଆଇପିଏଲ୍ ବେଟିଂ: ୧୮ ଗିରଫ

May 26, 2026

ଆସନ୍ତାକାଲିଠାରୁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆବେଦନ

May 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.