ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବନ୍ଧୁକ ଲୁଟ୍‌ କଲେ ମାଓବାଦୀ

Published: Apr 24, 2019, 10:27 am IST
3 guns looted from forest office

ନୟାଗଡ ଜିଲ୍ଲା ଦଶପଲ୍ଲାରେ ଅବସ୍ଥିତ ବାଣୀଗୋଛା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୩ ଟି ବନ୍ଧୁକ ଲୁଟ୍‌ ହୋଇଛି। ୭ ଜଣ ସଶସ୍ତ୍ର ମାଓବାଦୀ ଏହି ବନ୍ଧୁକ ଲୁଟ କରିଥିବା ଅଭିଯୋଗ ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସମେତ ୭ ଟି ମୋବାଇଲ ଲୁଟ୍‌ କରିଥିବା ଜଣାପଡିଛି। ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଦଶପଲ୍ଲାରେ ଲଙ୍କାପୋଡି ଉତ୍ସବ ଚାଲିଥିଲା। ସେହି ସମୟରେ ମାଓବାଦୀମାନେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ଭାଙ୍ଗି ଭିତରକୁ ପଶିଥିଲେ । ମାଓବାଦୀମାନେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ୩ ଟି ବନ୍ଧୁକ ଲୁଟ୍‌ କରି ନେଇଥିଲେ। ମାଓବାଦୀ ମାନେ ସେଠାରେ କେତେକ ମାଓ ପୋଷ୍ଟର ପକାଇ ପଳାଇଥିଲେ।

Related posts