ଅରୁଣାଚଳ ପ୍ରଦେଶ ଓ ନେପାଳରେ ଭୂମିକମ୍ପ

Published: Apr 24, 2019, 10:37 am IST
EARTHQUEAK IN ARUNACHAL PRADESH AND UTTAR PRADESH

ଉତ୍ତର-ପୂର୍ବାଞ୍ଚଳ ଅଞ୍ଚଳରେ ଭୂକମ୍ପ ଅନୂଭୂତ ହୋଇଛି। ଭାରତର ଅରୁଣାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ସମେତ ନେପାଳରେ ଏହି ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଛି। ଅରୁଣାଚଳ ପ୍ରଦେଶରେ ମଙ୍ଗଳବାର ରାତି ପ୍ରାୟ ୧ ଟା ୩୦ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଉତ୍ତର ପ୍ରଦେଶର କିଛି ଅଂଶରେ ଏହାର ଝଟ୍‌କା ଲାଗିଥିଲା। ବୁଧବାର ସକାଳ ୬ଟାରେ ନେପାଳରେ ୨ ଥର ଭୂକମ୍ପ ହୋଇଥିଲା। ଚୀନର କିଛି ଅଂଶକୁ ମଧ୍ୟ ଏହାର ପ୍ରଭାବ ଅନୂଭୂତ କରିଥିବା ବେଜିଂ ପକ୍ଷରୁ କୁହାଯାଇଛି। ଅରୁଣାଚଳ ପ୍ରଦେଶରେ ଅନୂଭୂତ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଥିବା ବେଳେ ନେପାଳରେ ସୃଷ୍ଟ ଭୂକମ୍ପର ତୀବ୍ରତା ଯଥାକ୍ରମେ ୫.୨ ଏବଂ ୪.୩ ରହିଛି। ତେବେ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଭୂକମ୍ପ ସମ୍ପର୍କରେ ଜଣାପଡ଼ିବା ପରେ ନେପାଳ ସରକାର ଜରୁରିକାଳୀନ ସେବାଗୁଡ଼ିକୁ ହାଇ ଆଲର୍ଟରେ ରଖିଛନ୍ତି।

Related posts