Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଷୟଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି
ଆଜିର ଖବର

ଅକ୍ଷୟଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

April 24, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Akshay Kumar have a special meeting with PM Narendra Modi
Akshay Kumar have a special meeting with PM Narendra Modi

ଦେଶର ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଜୀବନ ବିଷୟରେ ଜାଣିଛନ୍ତି ମାତ୍ର ତାଙ୍କର ରାଜନୈତିକ ଜୀବନ କେମିତି ଆରମ୍ଭ ହେଲା ଓ ସେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ କେମିତି ହେଲେ ଇତ୍ୟାଦି ସମ୍ପର୍କରେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହିତ ମୋଦି ଆଲୋଚନା କରିଥିଲେ। ସାକ୍ଷାତକାର ବେଳେ ମୋଦୀ କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ପ୍ରତିବର୍ଷ କିଛି ଉପହାର ପଠାନ୍ତି। ମୋଦି କହିଛନ୍ତି ନିର୍ବାଚନ ସମୟରେ ଏହା କହିବା ଅନୁଚିତ୍‌ ମାତ୍ର ଦିଦି ତାଙ୍କ ପାଇଁ ପ୍ରତିବର୍ଷ ଦୁଇରୁ ତିନୋଟି କୁର୍ତ୍ତା ପଠାଇଥାନ୍ତି। ପ୍ରଥମରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ବର୍ଷରେ ଦୁଇ ରୁ ତିନି ପ୍ରକାରର ମିଠା ପଠାଉଥିଲେ ଏହା ଜାଣିବା ପରେ ମମତା ମୋତେ ମିଠା ପଠାଇ ପାରନ୍ତି ବୋଲି ମୋଦି କହିଥିଲେ। ବୁଧବାର ଅକ୍ଷୟ କୁମାରଙ୍କ ସହିତ ମୋଦିଙ୍କ ସାକ୍ଷାତକାର ପ୍ରସାରଣ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ସାକ୍ଷାତକାରର ଗୋଟିଏ ଦିନ ପୂର୍ବରୁ ମୋଦି ମମତାଙ୍କୁ କଡା ସମାଲୋଚନା କରିଥିଲେ। ମୋଦି ମମତାଙ୍କୁ ସମାଲୋଚନା କରି କହିଥିଲେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଆାଶା ରଖିଥିବା ମମତା ମାତ୍ର କିଛି ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ଯାହାକି ହାସ୍ୟାସ୍ପଦ। ପ୍ରଧାନମନ୍ତ୍ରୀ ପଦବୀ କୌଣସି ନିଲାମୀରେ ମିଳିନଥାଏ ଯାହାକୁ ଆପଣ ଶାରଦା ଏବଂ ନାରଦା ଦୁର୍ନୀତି ଅର୍ଥରେ କିଣି ପାରିବେ, ଏଥି ପାଇଁ ୧୩୦ କୋଟି ଦେଶବାସୀଙ୍କ ଭଲପାଇବା ଆବଶ୍ୟକ ବୋଲି କହିଥିଲେ ମୋଦି। ସେହିପରି ବିପକ୍ଷ ନେତାଙ୍କ ସହିତ ତାଙ୍କ ସମ୍ପର୍କ ଉପରେ ମୋଦି କହିଥିଲେ କି, ସମସ୍ତଙ୍କ ସହିତ ଉତ୍ତମ ସମ୍ପର୍କ ଏବଂ ବନ୍ଧୁତା ରହିଛି ଏବଂ ବେଳେ ବେଳେ ଏକତ୍ର ଭୋଜନ ମଧ୍ୟ କରିଥାଉ। ସେହିପରି ମୁଖ୍ୟମନ୍ତ୍ରୀ ଥିବା ସମୟରେ ଘୁଲାମ ନବୀ ଆଜାଦଙ୍କ ସହିତ ଏକତ୍ର ବହୁତ ଥର ଚା ପିଇଥିବା ସମ୍ପର୍କରେ ଏହି ସାକ୍ଷାତକାରରେ ଉଲ୍ଲେଖ କରିଥିଲେ ମୋଦି। ସେହିପରି ରାଗ ଆସିଥାଏ କି ନାହିଁ ବୋଲି ଅକ୍ଷୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମୋଦି କହିଥିଲେ ଯଦି ମୁଁ କହିବି ରାଗେ ନାହିଁ ତାହା ହେଲେ ବିଶ୍ୱାସ ହେବ ନାହିଁ। ସର୍ବଦା ଅନୁଶାସନରେ ରୁହେ, ଅନ୍ୟକୁ ନିଚା ଦେଖାଇ କାମ କରେ ନାହିଁ। ସମସ୍ତଙ୍କୁ ପ୍ରେରଣା ଦେଇକି କାମ କରାଇଥାଏ। ଭଲ ଜିନିଷରୁ ନକରାତ୍ମକ ଭାବନାକୁ ଦୂରେଇବା ପାଇଁ ଶିଖିଲି। ମନେ ମନେ ରାଗେ, କିନ୍ତୁ ବାହାରକୁ ପ୍ରକାଶ କରେ ନାହିଁ ବୋଲି କହିଥିଲେ ମୋଦି।

akhsaykumar meeting thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Latest News

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.