ଯେଉଁମାନେ ୟୁନିଫର୍ମ ପସନ୍ଦ କରନ୍ତି ନାହିଁ ସେମାନେ ବାହାରକୁ ଯିବା ଉଚିତ: ଆରିଫ ମହମ୍ମଦ ଖାନ

Published: Feb 11, 2022, 12:48 pm IST

ନୂଆଦିଲ୍ଲୀ: ବର୍ତ୍ତମାନ କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ସମ୍ପର୍କରେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ନିଜର ଖୋଲା ମତ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯେଉଁମାନେ ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ, ସେମାନେ ବାହାରକୁ ଯାଇପାରିବେ। ତାଙ୍କ କହିବାନୁସାରେ, ସ୍କୁଲ ଏବଂ କଲେଜରେ ଅନୁଶାସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ କର୍ଣ୍ଣାଟକରେ ହିଜାବ ପ୍ରସଙ୍ଗ ହାଇ କୋର୍ଟ ଏବଂ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି।

ଆରିଫ ମହମ୍ମଦ ଖାନ ଆହୁରି କହିଛନ୍ତି ଯେ, ‘ମୁଁ ବିଶ୍ୱାସ କରେ ଯେ, କିଏ କଣ ପିନ୍ଧୁଛି, ତାହାକୁ ନେଇ ବିବାଦୀୟ ବିଷୟ ନୁହେଁ। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କର ଅଧିକାର। ଏକମାତ୍ର ସର୍ତ୍ତ ହେଉଛି ଉପଯୁକ୍ତ ସଭ୍ୟତା, ସଂସ୍କୃତ ହେବା ଉଚିତ୍। ଯିଏ ସେନାରେ ଅଛନ୍ତି ସେ କହିପାରିବେ ନାହିଁ ଯେ ମୁଁ ଯାହା ଚାହିଁବି ତାହା ପିନ୍ଧିବି, ପୋଲିସ୍ କହିପାରିବ ନାହିଁ ଯେ, ମୁଁ ଯାହା ଚାହିଁବି ତାହା ପିନ୍ଧିବି।

ଆରିଫ ମହମ୍ମଦ ଆହୁରି କହିଛନ୍ତି, ‘ଯେତେବେଳେ ତୁମେ ଆଡମିଶନ ନେଇଥିଲ, ତୁମେ ଡ୍ରେସ କୋଡ୍ ବିଷୟରେ ଜାଣିଥିଲ। ତେଣୁ ଏହା ବିରୁଦ୍ଧରେ ବିଦ୍ରୋହ କରିପାରିବେ ନାହିଁ। ଯଦି ତୁମେ ସେଠାରେ ପରିବେଶକୁ ପସନ୍ଦ କରୁନାହଁ, ତେବେ ତୁମେ ଅନ୍ୟ ଏକ ଅନୁଷ୍ଠାନକୁ ଯାଇପାର। ମୂଳତଃ ଲୋକମାନେ ଏହାର ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି।

Related posts