Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଉ ନାହାଁନ୍ତି ଶିଳ୍ପପତି ରାହୁଲ ବଜାଜ, ୮୩ ବର୍ଷ ବୟସରେ ହେଲା ପରଲୋକ
ଆଜିର ଖବର

ଆଉ ନାହାଁନ୍ତି ଶିଳ୍ପପତି ରାହୁଲ ବଜାଜ, ୮୩ ବର୍ଷ ବୟସରେ ହେଲା ପରଲୋକ

February 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବଜାଜ ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍ ତଥା ବଜାଜ୍ ମୋଟର୍ସର ପ୍ରତିଷ୍ଠାତା ରାହୁଲ ବଜାଜଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ସମୟ ଧରି କର୍କଟ ରୋଗ ସହ ଲଢୁଥିଲେ। ରାହୁଲ ବଜାଜ ଜୁନ୍ ୧୦ ତାରିଖ ୧୯୩୮ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ରାହୁଲ ବଜାଜ ମାରୱାଡି ବ୍ୟବସାୟୀ ପରିବାରର ଥିଲେ। ରାହୁଲ ବଜାଜ ଦୀର୍ଘ ସମୟ ଧରି ବଜାଜ ଗ୍ରୁପର ଦାୟିତ୍ୱ ତୁଲାଇଥିଲେ। ୧୯୬୫ ମସିହାରେ, ସେ ତାଙ୍କ ହାତକୁ ବଜାଜର ଦାୟିତ୍ଵ ନେଇଥିଲେ।

ରାହୁଲ ବଜାଜ ପ୍ରାୟ ୫୦ ବର୍ଷ ଧରି ବଜାଜ ଗ୍ରୁପର ଚେୟାରମ୍ୟାନ୍ ଥିଲେ। ୨୦୦୧ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ରାହୁଲ ବଜାଜ ସ୍ୱାଧୀନତା ସଂଗ୍ରାମୀ ଜାମନାଲାଲ ବଜାଜଙ୍କ ନାତି ଥିଲେ। ସେ ନିଜେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅଧ୍ୟୟନ କରିଥିଲେ, ତାପରେ ସେ ଆଇନ ଡିଗ୍ରୀ ହାସଲ କରିବାକୁ ମୁମ୍ବାଇରେ ପହଞ୍ଚିଥିଲେ। ତାଙ୍କ ନେତୃତ୍ୱରେ ବଜାଜ ଅଟୋ କାରବାର ୭.୨ କୋଟିରୁ ୧୨ ହଜାର କୋଟିରେ ପହଞ୍ଚି ଦେଶର ଅଗ୍ରଣୀ ସ୍କୁଟର ଏବଂ ଦୁଇ ଚକିଆ ବିକ୍ରେତା ହୋଇପାରିଛି।

ରାହୁଲ ବଜାଜ ତିନି ପିଢୀ ଧରି ନେହେରୁ ପରିବାର ସହିତ ଘନିଷ୍ଠ ପାରିବାରିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଥିଲେ। ରାହୁଲଙ୍କ ପିତା କମଲନୟନ ଏବଂ ଇନ୍ଦିରା ଗାନ୍ଧୀ କିଛି ସମୟ ପାଇଁ ଗୋଟିଏ ବିଦ୍ୟାଳୟରେ ପଢିଥିଲେ। ୨୦୦୫ ମସିହାରେ ରାହୁଲ ତାଙ୍କ ପୁଅର ହାତରେ କମ୍ପାନୀର ଦାୟିତ୍ୱ ହସ୍ତାନ୍ତର କରିଥିଲେ ଏବଂ ପୁଅକୁ କମ୍ପାନୀର ଏମଡି କରିଥିଲେ।

ପ୍ରସିଦ୍ଧ ଶିଳ୍ପପତି ରାହୁଲ ବଜାଜଙ୍କ ମୃତ୍ୟୁରେ କଂଗ୍ରେସ ନେତା ଅଭିଷେକ ସିଂଭି କହିଛନ୍ତି ଯେ, ମୁଁ ତାଙ୍କୁ ବହୁ ଦଶନ୍ଧି ଧରି ଜାଣିଥିଲି। ସେ ଆମର ପାରିବାରିକ ବନ୍ଧୁ ଥିଲେ। ଆମେ ଦୁହେଁ ରାଜ୍ୟସଭାରେ ଅନେକ ମୁହୂର୍ତ୍ତ ବିତାଇଛୁ। ଏହା ବ୍ୟତୀତ ଅଧିବେଶନ ସମୟରେ ଏବଂ ସେଣ୍ଟ୍ରାଲ ହଲରେ ମଧ୍ୟ ଆଲୋଚନା କରୁଥିଲୁ। ମୁଁ ତାଙ୍କ ସହିତ ମାତ୍ର କିଛି ମାସ ପୂର୍ବରୁ ୩୦ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା କରିଥିଲି।

ପରଲୋକ ଶିଳ୍ପପତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶନିବାରରେ ପାଞ୍ଚୋଟି ରାଶି ପାଇଁ ଭଲ ଦିନ: ସବୁ ଯୋଜନାରେ ହେବେ ସଫଳ

March 7, 2026

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026
Latest News

ଆଜି ଶନିବାରରେ ପାଞ୍ଚୋଟି ରାଶି ପାଇଁ ଭଲ ଦିନ: ସବୁ ଯୋଜନାରେ ହେବେ ସଫଳ

March 7, 2026

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.