Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ନିର୍ବାଚନ କମିଶନରଙ୍କ ବିୟୋଗରେ ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟରେ ଶୋକସଭା
ଆଜିର ଖବର

ପ୍ରଥମ ନିର୍ବାଚନ କମିଶନରଙ୍କ ବିୟୋଗରେ ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟରେ ଶୋକସଭା

February 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଥମ ନିର୍ବାଚନ କମିଶନରଙ୍କ ବିୟୋଗରେ ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟରେ ଶୋକସଭା

ଭୁବନେଶ୍ୱର: ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କ ବିୟୋଗରେ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ୧୯୯୪ ମସିହାରେ ରାଜ୍ୟ ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା ଓ ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କୁ ପ୍ରଥମ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା ।

ସାମ୍ବିଧାନିକ ବିଧିବ୍ୟବସ୍ଥା ସହ ନିର୍ବାଚନ ଆୟୋଗ ପାଇଁ ସ୍ୱର୍ଗତ ମିଶ୍ର ନିର୍ବାଚନ ପରିଚାଳନା ନିମନ୍ତେ ଅନେକ ନିୟମ କାନୁନ୍‌ ତିଆରି କରିବା ସହ ନିର୍ବାଚନ ଆୟୋଗର ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ବ୍ୟାପକ କାର୍ଯ୍ୟ କରିଥିଲେ । ଏହି ଅବସରରେ ନିର୍ବାଚନ ଆୟୋଗ ତରଫରୁ ଏକ ଶୋକସଭା ଆୟୋଜନ କରାଯାଇ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା ।

ନିର୍ବାଚନ ଆୟୋଗର ସଚିବ ରବିନ୍ଦ୍ରନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟାର, ଉପସଚିବ ଆଜାଦ୍‌ହିନ୍ଦ୍‌ ପାଣିଗ୍ରାହୀ, ଆଇନ୍‌ ଅଧିକାରୀ ମାଧୁରୀ ମିଶ୍ରଙ୍କ ସମେତ ଆୟୋଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଦେବେନ୍ଦ୍ର କୁମାର ମିଶ୍ର ରାଜ୍ୟ ନିର୍ବାଚନ ଆୟୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ କଲେ ହସ୍ତକ୍ଷେପ, କହିଲେ…

January 3, 2026

ତାମିଲନାଡୁ ଗସ୍ତରେ ଉପରାଷ୍ଟ୍ରପତି, ଆଜି ସ୍ୱର୍ଣ୍ଣ ମନ୍ଦିର କାର୍ଯ୍ୟକ୍ରମରେ ହେବେ ସାମିଲ

January 3, 2026

ନଭେମ୍ବରରେ ଓଡ଼ିଶାରେ ଜିଓ ଯୋଡ଼ିଛି ସର୍ବାଧିକ ୧ ଲକ୍ଷ ୮୫ ହଜାର ନୂତନ ଗ୍ରାହକ: ଟ୍ରାଇ ତଥ୍ୟ

January 3, 2026

୨୯ ଦିନ ପରେ ମଧ୍ୟ ‘ଧୁରନ୍ଧର’ ହିଟ୍: ବିଶ୍ୱବ୍ୟାପୀ ହେଲା ସବୁଠାରୁ ଦ୍ୱିତୀୟ ବଡ଼ ହିନ୍ଦୀ ଫିଲ୍ମ

January 3, 2026
Latest News

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ କଲେ ହସ୍ତକ୍ଷେପ, କହିଲେ…

January 3, 2026

ତାମିଲନାଡୁ ଗସ୍ତରେ ଉପରାଷ୍ଟ୍ରପତି, ଆଜି ସ୍ୱର୍ଣ୍ଣ ମନ୍ଦିର କାର୍ଯ୍ୟକ୍ରମରେ ହେବେ ସାମିଲ

January 3, 2026

ନଭେମ୍ବରରେ ଓଡ଼ିଶାରେ ଜିଓ ଯୋଡ଼ିଛି ସର୍ବାଧିକ ୧ ଲକ୍ଷ ୮୫ ହଜାର ନୂତନ ଗ୍ରାହକ: ଟ୍ରାଇ ତଥ୍ୟ

January 3, 2026

୨୯ ଦିନ ପରେ ମଧ୍ୟ ‘ଧୁରନ୍ଧର’ ହିଟ୍: ବିଶ୍ୱବ୍ୟାପୀ ହେଲା ସବୁଠାରୁ ଦ୍ୱିତୀୟ ବଡ଼ ହିନ୍ଦୀ ଫିଲ୍ମ

January 3, 2026

ଆଣ୍ଡାମାନ ଗସ୍ତରେ ଯିବେ ଗୃହମନ୍ତ୍ରୀ, ଅନେକ କାର୍ଯ୍ୟକ୍ରମରେ ଦେବେ ଯୋଗ

January 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.