ପଞ୍ଚାୟତ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

Published: Feb 17, 2022, 1:18 pm IST

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ରାଜ୍ୟର କେତେକ ସ୍ଥାନରେ ବିଶୃଙ୍ଖଳାକାରୀଙ୍କ ଦ୍ୱାରା ଗଣ୍ଡଗୋଳ ହେଉଥିବା ଖବର ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିଛି। ବିଶେଷ କରି ପୁରୀ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବିଶୃଙ୍ଖଳାକାରୀମାନେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛନ୍ତି।

ପୁରୀ ଜିଲ୍ଲାର କଣାସ ବ୍ଲକ୍‌ରେ ବିଶୃଙ୍ଖଳାକାରୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ନିର୍ବାଚନ କମିଶନଙ୍କ ନିଜରକୁ ଆସିଛି। ଫଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ର୍ରକି୍ରୟାରେ ବାଧା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related posts