
ଭୁବନେଶ୍ବର: ପାରାଦ୍ୱୀପ ରାଡ଼ାର ରୁ ମିଳୁଥିବା ତଥ୍ୟ ଅନୁଯାୟୀ ଆଗାମୀ ୨ ଘଣ୍ଟା ମଧ୍ୟରେ ଯାଜପୁର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାରେ କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ତେବେ ଅନ୍ୟ କେତେକ ଜିଲ୍ଲାରେ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି। ଓଡିଶାର ଅନ୍ୟ ଜିଲ୍ଲାଗୁଡିକରେ ପାଗ ସ୍ବାଭାବିକ ରହିବ।
Tags: ପାଣିପାଗ ବିଭାଗ, ପାରାଦ୍ୱୀପ