Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅସ୍ତିଶଲ୍ୟରେ ପୀଡ଼ିତ ଡ୍ରାଇଭରକୁ ଚିକିତ୍ସା କରି ଚର୍ଚ୍ଚାରେ ଓଡିଶା ଡ୍ରାଇଭର ମହାସଂଘ
ଆଜିର ଖବର

ଅସ୍ତିଶଲ୍ୟରେ ପୀଡ଼ିତ ଡ୍ରାଇଭରକୁ ଚିକିତ୍ସା କରି ଚର୍ଚ୍ଚାରେ ଓଡିଶା ଡ୍ରାଇଭର ମହାସଂଘ

February 20, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ଓଡିଶା ଡ଼୍ରାଇଭର ମହାସଂଘର ମହାନତା। ଅସ୍ତିଶଲ୍ୟ ବିଭାଗରେ ପିଡୀତ ଡ଼୍ରାଇଭରକୁ ଚିକିତ୍ସା କରେଇ ଚର୍ଚ୍ଚାରେ ଓଡ଼ିଶା ଡ୍ରାଇଭର ମହାସଂଘ। ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ଅନ୍ତର୍ଗତ କୁକୁଡାବାହାଳୀ ପଞ୍ଚାୟତ କାଙ୍କଣପଡା ଗ୍ରାମର ଜଣେ ଡ୍ରାଇଭର ବେଲାର୍ସନ ସେଠୀ ଦିର୍ଘ ଦୁଇ ବର୍ଷ ହେଲା ଅସ୍ତିଶଲ୍ୟରେ ପୀଡ଼ିତ ହୋଇ ତାଙ୍କର ଡାହାଣ ଗୋଡ ଅଚଳ ହୋଇ ପଡିଥିଲା। ଯାହାଫଳରେ ସେ କଟକର ସରକାରୀ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ବେଲାର୍ସନ ସେଠୀଙ୍କ ଅର୍ଥ ରାଶି ଅଭାବ ହେତୁ ସେ ଓଡିଶା ଡ୍ରାଇଭର ମହାସଂଘ ଠାରେ ନିବେଦନ କରିଥିଲେ।

ଏହି ଖବର ଶୁଣିବା ପରେ ସମ୍ବଲପୁର ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘର ସଭାପତି ଜୟନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟ ଏବଂ ରେଢାଖୋଲ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ଶାଖାର ସମସ୍ତ ସଦସ୍ୟ ମାନେ ତାଙ୍କୁ ଅର୍ଥ ରାଶି ସାହାଯ୍ୟ ସହଯୋଗ କରି ବେଲାର୍ସନ ସେଠୀଙ୍କୁ କଟକର ସରକାରୀ ବଡ ମେଡିକାଲରେ ଚିକିତ୍ସା କରେଇ ତାଙ୍କ ଗୋଡ଼କୁ ପ୍ଳାଷ୍ଟିକ ସର୍ଜରୀ କରାଇ ସୁସ୍ଥ କରିଥିଲେ।

ଏଥିରେ କଟକ ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘର ସଭାପତି ଜଗନ୍ନାଥ ଦିଖିତ ଏବଂ ସାଲେପୁରର ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟ ଉମାକାନ୍ତ ଖୁଣ୍ଟିଆ ସାହାଯ୍ୟର ହାତବଢେଇ ସୁସ୍ଥ ହେବା ଯାଏଁ ପ୍ରୟାସ ଯାରି ରଖିଥିଲେ। ଶ୍ରୀ ସେଠୀ ସୁସ୍ଥ ହେବାପରେ ଉମାକାନ୍ତ ଖୁଣ୍ଟିଆ ତାଙ୍କୁ ନେଇ ତାଙ୍କ ଘର କାଙ୍କଣପଡା ଠାରେ ଗତ ଗୁରୁବାର ଦିନ ସନ୍ଧ୍ୟା ରେ ପହଁଞ୍ଚେଇଥିଲେ। ପରେ ରେଢାଖୋଲ ବ୍ଲକର ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟମାନେ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣେଇଥିଲେ। ଓଡିଶା ଡ୍ରାଇଭର ମହାସଂଘର ଏହି ମହାନତା କାର୍ଯ୍ୟକୁ ଦେଖି ପ୍ରଶଂସା କରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଓଡିଶା ଡ୍ରାଇଭର ମହାସଂଘ ଚିକିତ୍ସା
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.