Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ୭୫ ଜଣ ଆଦିବାସୀ ମହିଳାଙ୍କୁ ସମ୍ମାନିତ କଲା ଟ୍ରାଇଫେଡ୍
ଆଜିର ଖବର

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ୭୫ ଜଣ ଆଦିବାସୀ ମହିଳାଙ୍କୁ ସମ୍ମାନିତ କଲା ଟ୍ରାଇଫେଡ୍

March 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଧାରାରେ ଟ୍ରାଇଫେଡ୍‌ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସଚିବ ଅନୀଲ କୁମାର ଝା, ଟ୍ରାଇଫେଡର ଅଧ୍ୟକ୍ଷ ରାମ ସିଂ ରାଠୱାଙ୍କ ଉପସ୍ଥିତିରେ ମହିଳା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଦିବାସୀ ମହିଳା କାରୀଗର, ବନ ଧନ ହିତାଧିକାରୀ ଏବଂ ଜୀବିକା ସୁଯୋଗ ସୃଷ୍ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ହାଇବ୍ରିଡ୍‌ ମୋଡ଼ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶେଷ ଉପଲବ୍ଧି ହାସଲ କରିଥିବା ୭୫ ଜଣ ସଫଳ ଆଦିବାସୀ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ଆଦିବାସୀ ସମୁଦାୟ ମଧ୍ୟରେ ପରିବର୍ତ୍ତନ ଆଣିବା ଦିଗରେ ଯୋଗଦାନ ପାଇଁ ସେମାନଙ୍କୁ ସ୍ମରଣିକା ଓ ପ୍ରମାଣପତ୍ର ମାଧ୍ୟମରେ ସମ୍ମାନିତ କରାଯାଇଥିଲା।

ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁ ମୟୂରଭଞ୍ଜର ଆଦିବାସୀ ମହିଳାମାନଙ୍କ ସହିତ କଥା ହୋଇଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଦିବାସୀ ବଞ୍ଚିତ ମହିଳାମାନଙ୍କୁ ସମ୍ମାନିତ କରିବା ଲାଗି ଟ୍ରାଇଫେଡ୍‌ ପକ୍ଷରୁ ପ୍ରୟାସ କରାଯାଇଥିବାରୁ ଶ୍ରୀ ଟୁଡୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଦେଶର ଆଦିବାସୀ ଲୋକମାନଙ୍କ ପାଇଁ ଜୀବିକା ସୁଯୋଗ ବଢ଼ାଇବା କ୍ଷେତ୍ରରେ ଟ୍ରାଇଫେଡ୍‌ ପକ୍ଷରୁ ହେଉଥିବା ପ୍ରୟାସରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଜନଜାତି ବ୍ୟାପାର ସଚିବ ଅନିଲ କୁମାର ଝା କହିଥିଲେ ଯେ, ଅନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ ଆଦିବାସୀ ସମୁଦାୟରେ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଥିବା ମହିଳାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ସମ୍ମାନିତ କରିବା ଖୁସିର ବିଷୟ। ସେ କହିଥିଲେ ଯେ ମନ୍ତ୍ରଣାଳୟର ବନ ଧନ ଯୋଜନା ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ଜନଜାତି ଜନସଂଖ୍ୟାଙ୍କ ମଧ୍ୟରେ ଜୀବିକା ସୁଯୋଗ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ।

ଟ୍ରାଇଫେଡର ଅଧ୍ୟକ୍ଷ ରାମସିଂହ ଜେଠୱା ଆଦିବାସୀ ମହିଳାମାନଙ୍କ ସହ ସେମାନଙ୍କ ସଂଘର୍ଷ, ଆହ୍ବାନ ଏବଂ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ। ଟ୍ରାଇଫେଡ ମହିଳାମାନଙ୍କୁ ସେମାନଙ୍କର ସର୍ବାଧିକ କ୍ଷମତା ହାସଲ କରିବା ଲାଗି ଆଗକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଜନଜାତି ସଶକ୍ତିକରଣ ଦିଗରେ ଟ୍ରାଇଫେଡ୍‌ ଏକ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ଟ୍ରାଇଫେଡ୍‌ ପକ୍ଷରୁ ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକଗୁଡ଼ିକ ପଦକ୍ଷେପ ଗତ ଦୁଇ ବର୍ଷ ମଧ୍ୟରେ ହାତକୁ ନିଆଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଜରିଆରେ ଟ୍ରାଇଫେଡ୍‌ ୩୧୭.୧୩ କୋଟି ଟଙ୍କାର ଲଘୁ ବନଜାତ ଦ୍ରବ୍ୟ କ୍ରୟ କରିଛି । ସେହିପରି ରାଜ୍ୟ ପାଣ୍ଠିର ଉପଯୋଗ କରି ୧୫୪୨.୮୮ କୋଟି ଟଙ୍କାର ବନଜାତ ଦ୍ରବ୍ୟ ଏମଏସପିରେ କିଣାଯାଇଛି।

ଦୁଇ ବର୍ଷରୁ କମ୍‌ ସମୟ ମଧ୍ୟରେ ଟ୍ରାଇଫେଡ୍‌ ୨୫ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ପ୍ରଦେଶର ୫୨, ୯୬୭ ବନ ଧନ ସ୍ବୟଂ ସହାୟକ ଗୋଷ୍ଠୀକୁ ମାନ୍ୟତା ଦେଇଛି। ଏଥିରୁ ୩୧୧୦ଟି ବନ ବିକାଶ କେନ୍ଦ୍ର ଗଠିତ ହୋଇଛି। ଫଳରେ ୯.୨୭ ଲକ୍ଷ ହିତାଧିକାରୀଙ୍କୁ ଜୀବିକା ମିଳିପାରିଛି।

ଅନ୍ତର୍ଜାତୀୟ ମହିଳା ଦିବସ ଆଜାଦୀ କା ଅମୃତ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026
Latest News

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.