ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ ବୃଦ୍ଧି ହେଲା ସଂକ୍ରମଣ, ୪୭ ହଜାର ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତ

Published: Mar 9, 2022, 10:20 am IST

ନୂଆଦିଲ୍ଲୀ: ଦେଶରେ ଗତକାଲି ୩ ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪ ହଜାର ୫୭୫ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିଭଳି ଗତକାଲି ୧୦୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୪୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୯ ଲକ୍ଷ ୭୫ ହଜାର ୮୮୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୫ ହଜାର ୩୫୫ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ୭ ହଜାର ୪୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୧୩ ହଜାର ୫୬୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪୬ ହଜାରକୁ ୯୬୨ ବୃଦ୍ଧି ପାଇଛି।

Related posts