Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ ଆଲଟିମେଟ ମେଡ଼ିକେଆରରେ ଆରମ୍ଭ ହେବ କ୍ୟାଡ଼ଭର ପ୍ରତ୍ୟାରୋପଣ ସେବା
ଆଜିର ଖବର

ସମ ଆଲଟିମେଟ ମେଡ଼ିକେଆରରେ ଆରମ୍ଭ ହେବ କ୍ୟାଡ଼ଭର ପ୍ରତ୍ୟାରୋପଣ ସେବା

March 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ଶରୀରରୁ ସଂଗୃହିତ କିଡ଼ନୀ ର ପ୍ରତ୍ୟାରୋପଣ ଅସୁସ୍ଥ ବ୍ୟକ୍ତିଙ୍କ ଶରୀରରେ କରାଯିବାର ପ୍ରକିୟା (କାଡାଭର ପ୍ରତ୍ୟାରୋପଣ) ଖୁବ ଶୀଘ୍ର ସମ ଆଲଟିମେଟ ମେଡ଼ିକେଆର ରେ ଆରମ୍ଭ କରାଯିବ।

ସମମ ରେ ବିଶ୍ୱ କିଡ୍‌ନୀ ଦିବସ ପାଳନ ଅବସରରେ ଗୁରୁବାର ଏହା ହସ୍ପିଟାଲ ପକ୍ଷରୁ ପ୍ରକାଶ କରାଯାଇଛି।

ସାରା ବିଶ୍ୱରେ କିଡ୍‌ନୀ ଜନିତ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହି ରୋଗରୁ ମୁକୁଳିବା ନିମନ୍ତେ ସଚେତନତା ବୃଦ୍ଧି ସହ ରୋଗର ନିରାକରଣ ନିମନ୍ତେ ପ୍ରଚେଷ୍ଟା କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ ସମମ ର ଚିଫ ଅଫ ମେଡିକାଲ ସରଭିସେସ ବ୍ରିଗେଡିଅର (ଡ଼ଃ ) ବିରାଜ ମୋହନ ମିଶ୍ର।

ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ଆମେ ଲୋକଙ୍କୁ ସଚେତନ କରିବା ଦିଗରେ ବଦ୍ଧପରିକର। ତେଣୁ ଜନସାଧାରଣ କିଭଳି ନିୟମିତ ଭାବେ ନିଜ କିଡ଼ନୀର ତତ୍ତ୍ଵ ନେବେ, ଆଗୁଆ ପରୀକ୍ଷଣ କରିବେ ଓ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଓ ଡାଏଲିସୀସ ର ସୁବିଧା ଉପଲବ୍ଧ ହୋଇ ପାରିବ ସେ ଦିଗରେ ଆମେ ଯତ୍ନବାନ ଅଛୁ ବୋଲି ସୂଚନା ଦେଇଛନ୍ତି ସମମ ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ।

କିଡ଼ନୀ ଜନିତ ସମସ୍ୟା କୁ ଦୃଷ୍ଟିରେ ରଖି ସମମ ପକ୍ଷରୁ କିଡ଼ନୀ ପ୍ରତ୍ୟାରୋପଣ ପ୍ରକ୍ରିୟାକୁ ତ୍ଵରାନ୍ବିତ କରାଯାଉଛି ଏବଂ ମେଡିକାଲ ଟିମ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଡ଼ଃ ଦାଶ କହିଛନ୍ତି।

କିଡ଼ନୀ ରୋଗ ଏକ ବିଶ୍ୱ ସ୍ତରୀୟ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏ ଦିଗରେ ସଚେତନତା ସୃଷ୍ଟି ଦିଗରେ ବିଶ୍ୱ କିଡ଼ନୀ ଦିବସ ପାଳନ କରାଯାଉଥିବା ଡ଼ଃ ଦାଶ ପ୍ରକାଶ କରିଥିଲେ।

ସଚେତନତା ସୃଷ୍ଟିର ଲକ୍ଷ୍ୟ ନେଇ ଏହି ଦିବସକୁ ପାଳନ କରାଯାଇଥାଏ। ଏଥି ସହିତ ଲୋକଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ଉତ୍ସାହିତ କରାଯାଇଥାଏ।

ଏହି ପରିପ୍ରେକ୍ଷୀରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ମଧ୍ୟ ସଚେତନତା ସମ୍ପର୍କୀତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ ଡକ୍ଟର ବିରାଜ ମୋହନ ମିଶ୍ର, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ଡେପୁଟି ମେଡିକାଲ୍ ସୁପରିନଟେଣ୍ଡେନ୍‌ଟ ଡାକ୍ତର ଆନନ୍ଦ ମିଶ୍ର ଙ୍କ ସମେତ ହସ୍ପିଟାଲ୍‌ର ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ସିଏମ୍‌ଏସ୍ ବ୍ରିଗେଡିୟର୍ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି ଦିବସର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ହସ୍ପିଟାଲ୍ ଟିମ୍‌ର ଅବଦାନକୁ ପ୍ରଶଂସା କରିଥିଲେ।

ଡକ୍ଟର ରାୟ କିଡ୍‌ନୀର ଯତ୍ନ ସମ୍ପର୍କରେ ଗୁରୁତ୍ୱାରୋପ କରିବା ସହ ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ଏ ସମ୍ପର୍କିତ ଜ୍ଞାନ ମଧ୍ୟରେ ଥିବା ପ୍ରଭେଦ ସମ୍ପର୍କରେ ଆଲୋକପାତ କରିଥିଲେ।

ବୃଦ୍ଧି ପାଉଥିବା କିଡ୍‌ନୀ ସମସ୍ୟା ସମ୍ପର୍କରେ ଆଲୋଚନା କରି ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ତାପସ ରଞ୍ଜନ ବେହେରା ନିୟମିତ କିଡ୍‌ନୀ ପରୀକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗର ଭିଜିଟିଙ୍ଗ କନ୍‌ସଲ୍‌ଟାଂଟ ଡାକ୍ତର ବିଶ୍ୱ ରଞ୍ଜନ ମହାନ୍ତି ଏହି ଦିବସ ପାଳନ ଏବଂ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ। ସୁଷମ ଖାଦ୍ୟ ଗ୍ରହଣ ଏବଂ ନିୟମିତ ବ୍ୟାୟାମ ଦ୍ୱାରା ହିଁ କିଡ୍‌ନୀକୁ ସୁସ୍ଥ ରଖିହେବ ବୋଲି କହିବା ସହ କିଡ୍‌ନୀ ରୋଗର ଚିକିତ୍ସା ନିମନ୍ତେ ଡାୟଲିସିସ୍ ଏବଂ କିଡ୍‌ନୀ ପ୍ରତ୍ୟାରୋପଣ ସମ୍ପର୍କରେ ସୂଚନା ଦେଇଥିଲେ।

ୟୁରୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ପ୍ରିୟବ୍ରତ ଦାସ ପ୍ରାଥମିକ ସ୍ତରରେ ପରୀକ୍ଷା  ଚିକିତ୍ସା ଦ୍ୱାରା କିଭଳି କିଡ୍‌ନୀ ସମସ୍ୟାକୁ ଦୂର କରିହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ସେ ମଧ୍ୟ କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଜୀବନଶୈଳୀ ଓ ସୁଷମ ଖାଦ୍ୟ ଉପରେ ଗୁରତ୍ୱ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

୧୮ତମ ନିଯୁକ୍ତି ମେଳା : ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

November 1, 2026

ଆଇପିଏସ୍ ଏବଂ ଓପିଏସ୍ ସ୍ତରରେ ଅଦଳବଦଳ: ୯ ଜଣ ଅଧିକାରୀଙ୍କୁ ନୂତନ ଦାୟିତ୍ୱ

November 1, 2026

ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି: ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ

November 1, 2026

ଇରାନ ଆମେରିକା ସାମ୍ନାରେ ରଖିଲା ୭ ସର୍ତ୍ତ: କହିଲା – ମାନିଲେ ଖୋଲିବ ରାସ୍ତା

November 1, 2026
Latest News

୧୮ତମ ନିଯୁକ୍ତି ମେଳା : ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

November 1, 2026

ଆଇପିଏସ୍ ଏବଂ ଓପିଏସ୍ ସ୍ତରରେ ଅଦଳବଦଳ: ୯ ଜଣ ଅଧିକାରୀଙ୍କୁ ନୂତନ ଦାୟିତ୍ୱ

November 1, 2026

ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି: ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ

November 1, 2026

ଇରାନ ଆମେରିକା ସାମ୍ନାରେ ରଖିଲା ୭ ସର୍ତ୍ତ: କହିଲା – ମାନିଲେ ଖୋଲିବ ରାସ୍ତା

November 1, 2026

ଅଷ୍ଟ୍ରେଲିଆର ପରାଜୟ ପରେ ବଦଳିଲା ସମୀକରଣ: କେମିତି WTC ଫାଇନାଲରେ ଯିବ ଟିମ୍ ଇଣ୍ଡିଆ?

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.