Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାସିକ ଋତୁସ୍ରାବ ଓ ସ୍ୱଚ୍ଛତା ନେଇ ଦୃଷ୍ଟିହୀନ ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି
ଆଜିର ଖବର

ମାସିକ ଋତୁସ୍ରାବ ଓ ସ୍ୱଚ୍ଛତା ନେଇ ଦୃଷ୍ଟିହୀନ ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି

March 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମାସିକ ଋତୁସ୍ରାବ ସମୟରେ କିଭଳି ସ୍ୱଚ୍ଛତା ଅବଲମ୍ବନ କରାଯିବ ସେ ନେଇ ଦୃଷ୍ଟିହୀନ ଛାତ୍ରୀମାନଙ୍କୁ ସଚେତନ କରାଯାଇଛି। ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡଃ ସ୍ତିତିପ୍ରଜ୍ଞା ଦଳବେହେରା।

ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପିଷ୍ଟ ଓଡ଼ିଶା ଶାଖାର ମହିଳା ସେଲ୍ ପକ୍ଷରୁ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅବଲମ୍ବନ ନେଇ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଡଃ ଦଳବେହେରାଙ୍କ ବ୍ୟତୀତ ମହିଳା ସେଲ୍ ମୁଖ୍ୟ ଡଃ ପ୍ରିୟଦର୍ଶିନୀ ମିଶ୍ର, ଡଃ ସୁପ୍ରିୟା, କୋଷାଧ୍ୟକ୍ଷ ଡଃ ପ୍ରଭଞ୍ଜନ ଏବଂ ଇସି ଡଃ ତନୟା ସାମିଲ ହୋଇ ଛାତ୍ରୀମାନଙ୍କ ସହିତ ଆଲୋଚନାର ସୁଯୋଗ ଦେଇଥିବାରୁ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ମଧ୍ୟରେ ସାନିଟାରୀ ନ୍ୟାପ୍‌କିନ୍ ବଂଟନ କରାଯାଇଥିଲା ଏବଂ ଏହି ସମୟରେ କିଭଳି ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବେ ଏବଂ ସ୍ୱଚ୍ଛତା ଅବଲମ୍ବନ କରିବେ ଯେପରି କୌଣସି ପ୍ରକାର ରି-ପ୍ରଡକ୍ଟିଭ୍ ଟ୍ରାକ୍ଟ ସଂକ୍ରମଣ ହେବ ନାହିଁ ସେ ନେଇ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।

ସଚେତନତା
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆବର୍ଷରେ ବଦଳିଲା ଟ୍ରେନ୍‌ର ସମୟ ସାରଣୀ: ପଢନ୍ତୁ ସଂପୂର୍ଣ୍ଣ ତାଲିକା

January 2, 2026

ମନ୍ତ୍ରୀସ୍ତରୀୟ ବୈଠକ ସମୟରେ ବିଧାୟକଙ୍କ ମୃତ୍ୟୁ: ଗତକାଲି ପାଳିଥିଲେ ଜନ୍ମଦିନ

January 2, 2026

ବାଂଲାଦେଶ ଗସ୍ତ କରିବ ଟିମ୍ ଇଣ୍ଡିଆ: ODI ଏବଂ ଟି-୨୦ ସିରିଜର ସୂଚୀ ପ୍ରକାଶିତ

January 2, 2026

ପାକିସ୍ତାନୀ ନେତାମାନଙ୍କୁ ଭେଟିବାକୁ ମନା କଲେ ସାଉଦି ପ୍ରିନ୍ସ: ଅସୀମ ମୁନିରଙ୍କ ଉପରେ କ୍ଷୁବ୍ଧ

January 2, 2026
Latest News

ନୂଆବର୍ଷରେ ବଦଳିଲା ଟ୍ରେନ୍‌ର ସମୟ ସାରଣୀ: ପଢନ୍ତୁ ସଂପୂର୍ଣ୍ଣ ତାଲିକା

January 2, 2026

ମନ୍ତ୍ରୀସ୍ତରୀୟ ବୈଠକ ସମୟରେ ବିଧାୟକଙ୍କ ମୃତ୍ୟୁ: ଗତକାଲି ପାଳିଥିଲେ ଜନ୍ମଦିନ

January 2, 2026

ବାଂଲାଦେଶ ଗସ୍ତ କରିବ ଟିମ୍ ଇଣ୍ଡିଆ: ODI ଏବଂ ଟି-୨୦ ସିରିଜର ସୂଚୀ ପ୍ରକାଶିତ

January 2, 2026

ପାକିସ୍ତାନୀ ନେତାମାନଙ୍କୁ ଭେଟିବାକୁ ମନା କଲେ ସାଉଦି ପ୍ରିନ୍ସ: ଅସୀମ ମୁନିରଙ୍କ ଉପରେ କ୍ଷୁବ୍ଧ

January 2, 2026

ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ମହାପ୍ରୟାଣ ଦିବସରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା…

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.