Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଶାମୁକ୍ତ ଅଭିଯାନରେ ବାର୍ତ୍ତାବହ ହୁଅନ୍ତୁ ସୋଆ ଛାତ୍ରଛାତ୍ରୀ: ପୋଲିସ୍ କମିଶନର
ଆଜିର ଖବର

ନିଶାମୁକ୍ତ ଅଭିଯାନରେ ବାର୍ତ୍ତାବହ ହୁଅନ୍ତୁ ସୋଆ ଛାତ୍ରଛାତ୍ରୀ: ପୋଲିସ୍ କମିଶନର

March 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଧଳା ଜହର ବଳୟରେ ସମାଜ କଳୁଷିତ ହେବାରେ ଲାଗିଛି। ଅନେକ ପରିବାର ଧ୍ୱଂସ ହୋଇଯାଉଛି। ତେବେ ସମାଜକୁ ନିଶାମୁକ୍ତ କରିବାରେ ଯୁବଗୋଷ୍ଠୀଙ୍କର ଅନେକ ଆବଶ୍ୟକତା ରହିଛି। ସେମାନେ ହିଁ ନିଶା କବଳରୁ ସମାଜକୁ ସୁରକ୍ଷିତ ରଖିପାରିବେ ବୋଲି କହିଛନ୍ତି ଦ୍ୱୈତନଗରୀର ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍‌ସେସ୍  କଲେଜ ପରିସରରେ କମିଶନରେଟ୍‌ ପୋଲିସର ତତ୍ୱାବଧାନ ଏବଂ ଦିଗ୍‌ଦର୍ଶନ ଓ ଡ୍ରିମ୍ସ ମିଶନ୍‌ର ପ୍ରକଳ୍ପ ଜରିଆରେ ଆୟୋଜିତ “ଯୁବଗୋଷ୍ଠୀ ପାଇଁ ନିଶାମୁକ୍ତ ସମାଜ: ଆହ୍ୱାନ ଓ ଆଭିମୁଖ୍ୟ” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ ନିଶାମୁକ୍ତ ଅଭିଯାନ ନେଇ ଆମେ ଯେଉଁ ବାର୍ତା ଦେବାକୁ ଯାଉଛୁ ସେଥିରେ ସୋଆ ଛାତ୍ରଛାତ୍ରୀ ବାର୍ତାବହ ହୁଅନ୍ତୁ।

ଏକ ଅପରାଧିକ ତଥ୍ୟ ଉପସ୍ଥାପନ କରି ଶ୍ରୀ ପ୍ରିୟଦର୍ଶୀ କହିଥିଲେ ଯେ କିଛି ମାସ ତଳେ ଲୁଟ ଓ ରାହଜାନୀ ମାମଲାରେ ୩୦୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୮ ଜଣ ନିଶା ସେବନ କରୁଥିଲେ ଏବଂ ସେମାନେ ବସ୍ତିରେ ରହୁଥିବା ଯୁବକ ବୋଲି ଜଣାପଡ଼ିଥିଲା। ରାଜଧାନୀକୁ ନିଶାମୁକ୍ତ ଓ ଅପରାଧ କରିବା ଲକ୍ଷ୍ୟରେ ଡ୍ରିମ୍ସ ମିଶନ୍ ଏବଂ କିମଶନରେଟ୍ ପୋଲିସ୍ ମିଳିତ ଭାବରେ ଦୀର୍ଘ ୨ମାସ ହେବ ଅଭିଯାନ ଚଳାଇଥିବା ବେଳେ ଏହି ନିଶାଶକ୍ତ ଅପରାଧିମାନଙ୍କୁ କେବଳ ନିଶା ଠାରୁ ଦୂରେଇ ରଖିବା ନୁହେଁ ବରଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ମଧ୍ୟ ଆମର ଲକ୍ଷ୍ୟ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡେପୁଟି କମିଶନର ଅଫ୍ ପୋଲିସ୍ ଡକ୍ଟର ଉମାଶଙ୍କର ଦାଶ କହିଥିଲେ ଯେ ନିଶା ଏବଂ ଅପରାଧ ଅଙ୍ଗାଙ୍ଗୀ ଭାବେ ଜଡିତ। ତେଣୁ ସମାଜକୁ ଅପରାଧ ଠାରୁ ଦୂରେଇ ରଖିବା ପାଇଁ ସମସ୍ତେ ଏହି ଅଭିଯାନରେ ସାମିଲ ହେବା ଉଚିତ୍।

ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସୋଆ ବିଶ୍ୱବିଦ୍ୟାଳୟର ଛାତ୍ର ସମାଜ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ ବୋଲି ଆଶା ପ୍ରକାଶ କରିଥିଲେ ଏବଂ ଆବଶ୍ୟକୀୟ ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ଡ୍ରିମ୍ସ ମିଶନ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଶିଶିର କୁମାର ଦାସ ଧଳା ଜହର ବିରୁଦ୍ଧରେ ସଚେତନତା ଏବଂ ନିଶାରେ କବଳିତ ବ୍ୟକ୍ତିମାନଙ୍କୁ ଅପରାଧ ଦୁନିଆରୁ ଦୂରେଇ ରଖିବା ପାଇଁ ଉପଯୁକ୍ତ ଚିକିତ୍ସା, ପରାମର୍ଶ ଏବଂ ଆବଶ୍ୟକ ତାଲିମ ପ୍ରଦାନ କରି ସ୍ୱାବଲମ୍ବୀ କରିବା ସମ୍ପର୍କରେ ତଥ୍ୟ ରଖିଥିଲେ। ଶ୍ରୀ ଦାସ ଡ୍ରିମ୍ସ ମିଶନ୍‌ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଧଳା ଜହରର ମଣିଷ ଶରୀର ଉପରେ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ସଭାରେ ଯୁବଛାତ୍ରମାନଙ୍କୁ ନିଜ ଅଭିଭାଷଣରେ ପ୍ରେରଣା ଯୋଗାଇଥିଲେ ମାନବ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ଡକ୍ଟର ହରପ୍ରସନ୍ନ ଦାସ ଏବଂ ଟାଲେଂଟ ଷ୍ଟିଗ୍‌ମାର ନିର୍ଦ୍ଦେଶକ ଡକ୍ଟର ପରେଶ ଚନ୍ଦ୍ର ମହାନ୍ତି।

ସୋଆ ଉପକୁଳପତି ଡକ୍ଟର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଡିନ୍ ଡକ୍ଟର ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ପିଜି ଡିନ୍ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଲୋଗାନ୍ କ୍ୟାମ୍ପେନ୍ ପ୍ରତିଯୋଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ପୁରସ୍କୃତ ହୋଇଛି। “ରୋଗକୁ ଡକାଏ ନିଶା, ଘରେ ଅଭାବ ହୁଅଇ ପଇସା, ଛଡାଇ ନିଏ କୂଳ ବେଉସା, ନିଶା ଯେବେ କରେ ମୁଣ୍ଡରେ ବସା ‘ଏହି ସ୍ଳୋଗାନ ଲେଖିବା ନିମନ୍ତେ ସୋଆ ରେଡ଼ିଓ ଆର୍‌ଜେ ଶୁଭ୍ରସିମା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ପୁରସ୍କାରକୁ ଗ୍ରହଣ କରିଥିଲେ ସୋଆ ରେଡ଼ିଓର ଇନଚାର୍ଜ ହନି ପଟ୍ଟନାୟକ। କାର୍ଯ୍ୟକ୍ରମ ପରିଶେଷରେ ସାଂସ୍କୃତିକ କାର୍ଯ୍ୟକମ ପରିବେଷଣ କରାଯାଇଥିଲା।

ସୋଆ ଛାତ୍ରଛାତ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Latest News

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.