
ନୂଆଦିଲ୍ଲୀ: ନୋଏଡା ଏକ୍ସପ୍ରେସୱେରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଏଥିରେ ଯାତ୍ରା କରୁଥିବା ତିନି ଜଣ ଲୋକ ଡେଇଁପଡି ସେମାନଙ୍କର ଜୀବନ ରକ୍ଷା କରିପାରିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ପୋଲିସ୍ ନଲେଜ୍ ପାର୍କ ଅଞ୍ଚଳର ସେକ୍ଟର ୧୪୮ ନିକଟରେ ତିନିଜଣ ଯୁବକ କୌଣସି ଏକ ସ୍ଥାନକୁ ଯାଉଥିଲେ, ଏହି ସମୟରେ ହଠାତ୍ ସେମାନଙ୍କ ଟେରାନୋ କାରର ଟାୟାରରେ ନିଆଁ ଲାଗିଯାଇଥିଲା। ଏବଂ ନିଆଁଟି ସମଗ୍ର କାରକୁ ବ୍ୟାପଯାଇଥିଲା। ଏହାପରେ ତିନିଜଣ ଯୁବକ ଚଳନ୍ତା କାରରୁ ଡେଇଁପଡି ସେମାନଙ୍କ ଜୀବନ ରକ୍ଷା କରିଥିଲେ। ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିଲା।
କିନ୍ତୁ ନିଆଁକୁ ଆୟତ୍ତ କରିବା ସମୟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ହେତୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଲା ଏବଂ ଏହି ଘଟଣା ପରେ କିଛି ସମୟ ପାଇଁ ଟ୍ରାଫିକ ବନ୍ଦ ହୋଇଯାଇଥିଲା।