Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର 2022 ପାଇଁ ନାମାଙ୍କନ ଆମନ୍ତ୍ରଣ କଲେ ଆୟୁଷ ମନ୍ତ୍ରଣାଳୟ
ଆଜିର ଖବର

ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର 2022 ପାଇଁ ନାମାଙ୍କନ ଆମନ୍ତ୍ରଣ କଲେ ଆୟୁଷ ମନ୍ତ୍ରଣାଳୟ

March 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଯୋଗ ପୁରସ୍କାର 2022 ପାଇଁ ନାମାଙ୍କନ ଆମନ୍ତ୍ରିତ କରିଛନ୍ତି। ବିଜେତାମାନଙ୍କର ନାମର ଘୋଷଣା ଅନ୍ତର୍ଜାତୀୟ ଯୋଗ ଦିବସ 21 ଜୁନ୍ 2022 ରେ କରାଯିବ।

ବର୍ଷ 2022 ପାଇଁ ଆବେଦନ ପ୍ରକ୍ରିୟାଟି ବର୍ତ୍ତମାନ ମାଇଁ ଗଭ୍ ପ୍ଲାଟଫର୍ମ (https://innovateindia.mygov.in/pm-yoga-awards-2022/) ରେ ଚାଲୁ ରହିଛି। ଆବେଦନ /ନାମାଙ୍କନ ପ୍ରକ୍ରିୟାକୁ କେବଳ ଅନଲାଇନ୍ ଭାବରେ ଦାଖଲ କରାଯାଇପାରିବ। ହାର୍ଡ଼ କପି ପଠାଇବାର ଆବଶ୍ୟକତା ନାହିଁ। ଏଥିରେ ଭାରତୀୟ ବ୍ୟକ୍ତି/ ସଂସ୍ଥା ପକ୍ଷରୁ ଦୁଇଟି ଜାତୀୟ ବର୍ଗରେ ଆବେଦନ କରା ଯାଇ ପାରିବ। ଏହା ବ୍ୟତୀତ ବିଦେଶୀ ବ୍ୟକ୍ତି/ ସଂସ୍ଥାଙ୍କ ପାଇଁ ମଧ୍ୟ ଦୁଇଟି ଅନ୍ତର୍ଜାତୀୟ ବର୍ଗ ରହିଛି। ଏହି ପୁରସ୍କାର ସେହି ଆବେଦକ/ ନୋମିନିଙ୍କୁ ପ୍ରଦାନ କରାଯିବ, ଯେଉଁମାନେ ଯୋଗରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ତଥା ଯାହାଙ୍କର ଯୋଗରେ ଗଭୀର ଜ୍ଞାନ ରହିଛି।

ଯେଉଁ ବ୍ୟକ୍ତି ଏବଂ ସଂସ୍ଥା ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ପିଏମୱାଇଏ ର ପେଜ୍ https://innovateindia.mygov.in/pm-yoga-awards-2022/ କୁ ଯାଇ ନାମାଙ୍କନ ପ୍ରକ୍ରିୟାକୁ ବୁଝି ପାରିବେ ତଥା ଏଥିରେ ଅଂଶଗ୍ରହଣ କରିପାରିବେ। ନାମାଙ୍କନ ପ୍ରକ୍ରିୟା ଚଳିତ ବର୍ଷ 28 ମାର୍ଚ୍ଚ 2022 ରେ ଆରମ୍ଭ କରାଯାଇଛି ତଥା ପ୍ରବେଶିକା ଜମା କରିବାର ଅନ୍ତିମ ତାରିଖ ହେଉଛି 27 ଏପ୍ରିଲ୍ 2022।

ପୁରସ୍କାର ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବେଦକ ମଧ୍ୟ ପ୍ରତ୍ୟକ୍ଷ ଭାବରେ ମଧ୍ୟ ଆବେଦନ ଦାଖଲ କରିପାରିବେ ବା ଯୋଗ କ୍ଷେତ୍ରରେ କାମ କରୁଥିବା କୌଣସି ପ୍ରମୁଖ ବ୍ୟକ୍ତି ବା ସଙ୍ଗଠନ ଦ୍ବାରା ନାମାଙ୍କିତ ହୋଇ ପାରିବେ। ଆବେଦକ ଏକ ନିର୍ଦ୍ଦିଷ୍ଟ ବର୍ଷରେ ଜାତୀୟ ବା ଆନ୍ତର୍ଜାତୀୟ ପୁରସ୍କାର କ୍ଷେତ୍ରରେ ଗୋଟିଏ ପୁରସ୍କାର ବର୍ଗ ପାଇଁ ନାମାଙ୍କନ କରିପାରିବେ ବା ନିଜେ ନାମାଙ୍କିତ ହୋଇ ପାରିବେ।

ଚୟନ ପ୍ରକ୍ରିୟା ଏକ ବହୁତ ଶୃଙ୍ଖଳିତ ପ୍ରକ୍ରିୟା ଅଟେ ଯେଉଁଥିପାଇଁ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାର ଦୁଇଟି କମିଟିର ଗଠନ କରିଛନ୍ତି – ଯାଞ୍ଚ କମିଟି ଓ ମୂଲ୍ୟାଙ୍କନ କମିଟି ଯେଉଁମାନେ ପୁରସ୍କାର ପାଇଁ ବିଜେତାଙ୍କ ନାମକୁ ଚୂଡ଼ାନ୍ତ ରୂପ ପ୍ରଦାନ ପାଇଁ ଚୟନ ଓ ମୂଲ୍ୟାଙ୍କନ କରିବେ। ମୂଲ୍ୟାଙ୍କନ ସମିତିର ଅଧ୍ୟକ୍ଷତା କ୍ୟାବିନେଟ୍ ସେକ୍ରେଟାରି କରିବେ।

ଯୋଗ ମାନବତାକୁ ଶାରିରୀକ ଓ ମାନସିକ ଆରୋଗ୍ୟର ବାର୍ତ୍ତା ପ୍ରଦାନ କରିଥାଏ। କୋଭିଡ୍ -19 ମହାମାରୀ ସମୟରେ ଏହି ବାର୍ତ୍ତା ଅତ୍ୟନ୍ତ ସାର୍ଥକ ପ୍ରମାଣିତ ହୋଇଛି। ସମଗ୍ର ବିଶ୍ବର ଲୋକମାନେ ସୁସ୍ଥ ରହିବା ଏବଂ ଶକ୍ତିର ସଞ୍ଚାର କରିବା ପାଇଁ ଯୋଗକୁ ନିଜର ଜୀବନରେ ସାମିଲ୍ କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ଯୋଗକୁ ମିଳୁଥିବା ପରିଚୟ ଏବଂ ତାହାକୁ ଗ୍ରହଣ କରିବାର ଭାବନା ସେହି ସମୟରେ ଅଧିକ ବ୍ୟାପକ ହୋଇ ପାରିଲା ଯେତେବେଳେ ଜାତି ସଂଘ ବର୍ଷ 2014 ରେ ପ୍ରସ୍ତାବ 69/131 ମାଧ୍ୟମରେ 21 ଜୁନକୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ଘୋଷଣା କରିଛନ୍ତି।

ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ 2022 ର କାଉଣ୍ଟଡାଉନ୍ ଆରମ୍ଭ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ 13 ମାର୍ଚ୍ଚ 2022 ଠାରୁ ଅଭିଯାନ ମଧ୍ୟ ଆରମ୍ଭ କରି ଦିଆଯାଇଛି। ଶହେ ଦିନର ଏହି କାଉଣ୍ଟ ଡାଉନ୍ 100 ଟି ସହରର 100 ଟି ଅନୁଷ୍ଠାନକୁ ସାମିଲ୍ କରିବ। ଏହି ପ୍ରକ୍ରିୟା 21 ଜୁନ୍ 2022 ପର୍ଯ୍ୟନ୍ତ ଜାରି ରହିବ। ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ଯୋଗାଭ୍ୟାସର ପ୍ରଦର୍ଶନ 21 ଜୁନ୍ 2022 କୁ 75 ଟି ପ୍ରମୁଖ ସାଂସ୍କୃତିକ ସ୍ଥାନରେ ମଧ୍ୟ କରାଯିବ। ଉପରୋକ୍ତ 100 ଦିନରେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ପ୍ରଦର୍ଶନ, କର୍ମଶଳା ଏବଂ ସେମିନାରର ମଧ୍ୟ ଆୟୋଜନ କରାଯିବ। ମନ୍ତ୍ରଣାଳୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏମୟୋଗା ଆପ୍, ନମସ୍ତେ ଆପ୍, ୱାଇ-ବ୍ରେକ୍ ଆପ୍ଲିକେସନ ତଥା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗର ଲାଭକୁ ପ୍ରସାରିତ କରିବେ। ମାଇଁ ଗଭ୍ ପ୍ଲାଟଫର୍ମରେ ଚାଲୁ ରହିଥିବା କାର୍ଯ୍ୟକ୍ରମରେ ଫଟୋ ପ୍ରତିଯୋଗୀତା, କ୍ବିଜ୍, ଆଲୋଚନା, ଶପଥ, ସର୍ବେକ୍ଷଣ, ଜିଙ୍ଗିଲ୍ ଆଦି ସାମିଲ୍ ରହିଛି।

ଅନ୍ତର୍ଜାତୀୟ ଯୋଗ ଦିବସ ଆୟୁଷ ମନ୍ତ୍ରଣାଳୟ ନାମାଙ୍କନ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ଭାରତ ଗସ୍ତ

February 19, 2026

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026

ଆଜିଠାରୁ ଦଶମ ବୋର୍ଡ ପରୀକ୍ଷା: ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

February 19, 2026

ଆଜି ୧୯ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

February 19, 2026
Latest News

ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ଭାରତ ଗସ୍ତ

February 19, 2026

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କ ସହ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

February 19, 2026

ଆଜିଠାରୁ ଦଶମ ବୋର୍ଡ ପରୀକ୍ଷା: ୫ ଲକ୍ଷରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

February 19, 2026

ଆଜି ୧୯ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

February 19, 2026

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.