Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୃଷ୍ଟି ଓ ବାକ୍‌ଶକ୍ତି ବାଧିତ ଛାତ୍ରଛାତୀଙ୍କର ନିଶା ବିରୋଧି ଅଭିଯାନରେ ସମ୍ ମାନସିକ ରୋଗ ବିଶେଷଜ୍ଞ ସାମିଲ
ଆଜିର ଖବର

ଦୃଷ୍ଟି ଓ ବାକ୍‌ଶକ୍ତି ବାଧିତ ଛାତ୍ରଛାତୀଙ୍କର ନିଶା ବିରୋଧି ଅଭିଯାନରେ ସମ୍ ମାନସିକ ରୋଗ ବିଶେଷଜ୍ଞ ସାମିଲ

March 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଓ ବିପିନ୍ ବିହାରୀ ଚୌଧୁରୀ ବଧିର ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ନିଶା ବିରୋଧି ଅଭିଯାନରେ ସାମିଲ୍ ହୋଇଛନ୍ତି। ନିଶା ବିରୁଦ୍ଧରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ନିଜର ଭାବନା ପ୍ରକାଶ କରିଥିଲେ।

ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କର ବିତର୍କର ବିଷୟ ଥିଲା,“ ନିଶା ନିବାରଣ: ଏକ ସାମାଜିକ ଆହ୍ୱାନ’’। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବାକ୍‌ଶକ୍ତି ବାଧିତ ଛାତ୍ରଛାତ୍ରୀଙ୍କର ଚିତ୍ରାଙ୍କନ ପାଇଁ ବିଷୟ ଥିଲା“ ନିଶା କବଳରୁ ମୁକ୍ତି, ସମାଜକୁ ଦିଏ ଶକ୍ତି”। “ଡ୍ରିମ୍ସ୍‌” ମିଶନ୍ , କମିଶନ୍‌ରେଟ ପୋଲିସ୍‌, ଭୁବନେଶ୍ୱରଙ୍କ ତତ୍ୱାବଧାନ ଓ ଦିଗ୍‌ଦର୍ଶନରେ ଏବଂ ଓଏମ୍‌ସି ର ଆର୍ଥିକ ସହାୟତାରେ ଉକ୍ତ କାର୍ଯ୍ୟକ୍ରମ “ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ କେୟାର( ଆଇଆଇଇସି)” ଦ୍ୱାରା ସଂଯୋଜନା କରାଯାଉଛି।

ଏହି କାର୍ଯ୍ୟକ୍ରମର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡ୍ରଗ୍ସ ବା ଧଳାଜହର ବିରୁଦ୍ଧରେ ସଚେତନତା ଏବଂ ନିଶାରେ କବଳିତ ବ୍ୟକ୍ତିମାନଙ୍କୁ ନିଶା ଏବଂ ଅପରାଧ ଦୁନିଆରୁ ଦୂରେଇ ରଖିବା ପାଇଁ ଉପଯୁକ୍ତ ଚିକିତ୍ସା, ପରାମର୍ଶ ଏବଂ ଆବଶ୍ୟକ ତାଲିମ ପ୍ରଦାନ କରି ସ୍ୱାବଲମ୍ବୀ କରିବା।

ଉଭୟ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉଦ୍‌ବୋଧନ ଦେଇଥିଲେ ସମ୍ ହସ୍ପିଟାଲର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର। ଧଳାଜହରର ମଣିଷ ଶରୀର ଉପରେ କିପରି କୁପ୍ରଭାବ ପକାଉଛି ସେ ବିଷୟରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଆଲୁମନି ଆସୋସିଏସନର ସଭାପତି ପ୍ରଫୁଲ୍ଲ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ଉଦ୍‌ଘାଟନୀ ଭାଷଣରେ ମୁଖ୍ୟ ଅତିଥି ଭୁବନେଶ୍ୱର ପୋଲିସ୍ ଉପାଯୁକ୍ତ ଡ. ଉମାଶଙ୍କର ଦାଶ ଏହି ମହାନ ଅଭିଯାନରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିବା ସହ ଡ୍ରଗ୍ସ ଭଳି ଏକ ସାମାଜିକ ବ୍ୟାଧିକୁ କେବଳ ସଚେତନତା ଦ୍ୱାରା ହିଁ ଦୂର କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ସ୍ୱାଗତ ଭାଷଣରେ “ଡ୍ରିମ୍ସ”ର ସାମାଜିକ କର୍ମୀ ସୁଚିସ୍ମିତା ଦାସ ଡ୍ରିମ୍ସ ପ୍ରକଳ୍ପର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ।

ସଭାରେ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାତ୍ର ଯୋଗ ଦେଇ ଛାତ୍ରସମାଜ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଆଶା ପ୍ରକାଶ କରିଥିଲେ ଓ ଆବଶ୍ୟକ ସମର୍ଥନର ପ୍ରତିଶୃତି ଦେଇଥିଲେ। ସଭାରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଅଭିଭାଷଣରେ ପ୍ରେରଣା ଯୋଗାଇଥିଲେ ପ୍ରବୀଣ ପ୍ରଶିକ୍ଷକ ଡ. ହରପ୍ରସନ୍ନ ଦାସ।

ବିପିନ୍ ବିହାରୀ ଚୌଧୁରୀ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ପୁଷ୍ପାଞ୍ଜଳୀ ମହାପାତ୍ର ଚିତ୍ରାଙ୍କନ ପ୍ରତିଯୋଗିତା ର ଉଦ୍‌ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। ଉଭୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଉଭୟ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଆଡମିନିଷ୍ଟ୍ରେଟିଭ୍ ଅଫିସର ତଥା “ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ କେୟାର (ଆଇ.ଆଇ.ଇ .ସି)” ର ସହ ନିର୍ଦ୍ଦେଶିକା
ଲୋପାମୁଦ୍ରା ମହାନ୍ତି।

ମାନସିକ ରୋଗ ବିଶେଷଜ୍ଞ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.