ଜିନ୍ନାଙ୍କୁ ନେଇ ଶତ୍ରୁଘ୍ନଙ୍କ ବିବାଦୀୟ ବୟାନ

Published: Apr 27, 2019, 2:50 pm IST
satrughna sinha tells dispute remarks

ଅଭିନେତାରୁ ରାଜନେତା ବନିଥିବା ଶତ୍ରୁଘ୍ନ ସିହ୍ନା ମହମ୍ମଦ ଅଲ୍କୀ ଜିନ୍ନାଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଏହି ନେତା କଂଗ୍ରେସ ଦଳକୁ ପ୍ରଶଂସା କରିବା ସମୟରେ ଏପରି ମନ୍ତବ୍ୟ ଦେଇଥିଲେ। ଜିନ୍ନାଙ୍କୁ ଭାରତ ସ୍ବାଧୀନତାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବରେ ଅଭିହିତ କରିଥିଲେ ଶତ୍ରୁ। କଂଗ୍ରେସ ପରିବାରକୁ ପ୍ରଶଂସା କରିବା ସହିତ ମହତ୍ମା ଗାନ୍ଧି, ଜଓ୍ବାହାରଲାଲ ନେହେରୁ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ସହିତ ଜିନ୍ନାଙ୍କୁ ପ୍ରଶଂସା କରିଥିଲେ ଶତ୍ରୁଘ୍ନ। ମହାତ୍ମାଙ୍କ ଠାରୁ ସର୍ଦ୍ଦାର, ଜିନ୍ନାଙ୍କୁ ଠୁ ନେହେରୁ ଏବଂ ଇନ୍ଦିରାଙ୍କ ଠାରୁ ରାଜୀବ ତଥା ସୁବାସ ଚନ୍ଦ୍ର ବୋଷଙ୍କ ଦଳ ହେଉଛି କଂଗ୍ରେସ ଏବଂ ସମସ୍ତେ ଭାରତର ସେବା କରିଛନ୍ତି। କଂଗ୍ରେସ ସର୍ବଦା ଦେଶର ବିକାଶ ଏବଂ ସ୍ବାଧୀନତା ପାଇଁ ଲଢେଇ କରିଛି ତେଣୁ  କଂଗ୍ରେସରେ ଯୋଗ ଦେଇଛନ୍ତି ବୋଲି ଶତ୍ରୁଘ୍ନ କହିଛନ୍ତି। ମଧ୍ୟପ୍ରଦେଶର ଛିଣ୍ଡଓ୍ବାରାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ଶତ୍ରୁଘ୍ନ ସିହ୍ନା। ଏନେଇ ଶତ୍ରୁଙ୍କୁ ସମାଲୋଚନା କରାଯିବାରୁ ବରିଷ୍ଠ ନେତା ପି ଚିଦାମ୍ବରମ୍‌ କହିଛନ୍ତି ଏହା ଶତ୍ରୁଙ୍କର ବ୍ୟକ୍ତିଗତ ମତ ତେଣୁ ଏହା ଉପରେ ଦଳ ଉତ୍ତର ଦେବା ଜରୁରୀ ନୁହେଁ ବୋଲି କହିଛନ୍ତି ଚିଦାମ୍ବରମ।

Related posts