Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇରେ ପୂର୍ବତଟ ରେଳପଥ ପ୍ରଥମ
ଆଜିର ଖବର

ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇରେ ପୂର୍ବତଟ ରେଳପଥ ପ୍ରଥମ

April 1, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସଦ୍ୟ ସମାପ୍ତ 2021-22 ଆର୍ଥିକ ବର୍ଷରେ ଅର୍ଥାତ 1 ଏପ୍ରିଲ 2021 ରୁ 31 ମାର୍ଚ୍ଚ, 2022 ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଭାରତୀୟ ରେଳବାଇରେ ସର୍ବାଧିକ ମାଲ ପରିବହନ କରି ଶୀର୍ଷ ସ୍ଥାନ ହାସଲ କରି ଇତିହାସ ସୃଷ୍ଟି କରିଛି। କ୍ରମାଗତ ଭାବେ ପୂର୍ବତଟ ରେଳପଥ ଚତୁର୍ଥ ଥର ପାଇଁ ପଣ୍ୟ ପରିବହନରେ ଶୀର୍ଷ ସ୍ଥାନ ଅଧିକାର କରିଛି। ନୂତନ ଜୋନ୍ ଆରମ୍ଭ ହେବା ଦିନଠାରୁ, ମାଲ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ କ୍ରମାଗତ ଭାବରେ ପୂର୍ବ ବର୍ଷର କାର୍ଯ୍ୟଦକ୍ଷତା ଉପରେ ବର୍ଦ୍ଧିତ ପଣ୍ୟ ବୋଝେଇ ଓ ପରିବହନ କରିଆସୁଅଛି।

2021-22 ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ 232.13 ନିୟୁତ ଟନ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ବାର୍ଷିକ ପରିବହନ 204.90 ନିୟୁତ ଟନ କୁ ଅତିକ୍ରମ କରିଛି ଯାହା 13.28% ଅଭିବୃଦ୍ଧି ପଞ୍ଜିକୃତ ହାସଲ କରିପାରିଛି। 2020-21 ଆର୍ଥିକ ବର୍ଷରେ ହାସଲ ହୋଇଥିବା ମାଲ ପରିବହନ ଅପେକ୍ଷା ପୂର୍ବତଟ ରେଳପଥ 27.23 ନିୟୁତ ଟନ୍ ଅଧିକ ମାଲ ପରିବହନ କରିଛି। ଏହି ବାବଦରେ ପୂର୍ବତଟ ରେଳପଥ ପ୍ରାୟ 23012.32 କୋଟି ଟଙ୍କା ଆୟ କରିଛି ଯାହାକି ଭାରତୀୟ ରେଳବାଇର ସର୍ବାଧିକ।

ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ ତାଳଚେର ଅଞ୍ଚଳରୁ 52.8 ନିୟୁତ ଟନ ପଣ୍ୟ ବୋଝେଇ କରିଥିବାବେଳେ ପାରାଦୀପ ଅଞ୍ଚଳରୁ 21.6 ନିୟୁତ ଟନ, ଷ୍ଟିଲ ପ୍ଲାଣ୍ଟ ଗୁଡ଼ିକରୁ 21 MT ନିୟୁତ ଟନ, ଧାମରା ଅଞ୍ଚଳରୁ 15.2 ନିୟୁତ ଟନ, ବିଶାଖାପାଟଣା ଅଞ୍ଚଳରୁ 14 ନିୟୁତ ଟନ, କୋଟ୍ଟଭଲସା ଅଞ୍ଚଳରୁ 13.7 ନିୟୁତ ଟନ, ଗଙ୍ଗାଭରମ ଅଞ୍ଚଳରୁ 9.9 ନିୟୁତ ଟନ, ଅଲୁମୁନିୟମ 8 ନିୟୁତ ଟନ ଏବଂ ଅନ୍ୟାନ ପଣ୍ୟ ପରିବହନ 20.6 ନିୟୁତ ଟନ ପରିବହନ କରିପାରିଛି।

ପୂର୍ବ ତଟ ରେଳପଥର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳର ଉଲ୍ଲେଖନୀୟ ପ୍ରଦର୍ଶନ ହେତୁ ଏହା ସମ୍ଭବ ହୋଇପାରିଛି। 24 ଘଣ୍ଟିଆ ନିରନ୍ତର ଭାବେ ପରିଚାଳନା ସମୀକ୍ଷା ତଦାରଖ, ଉତ୍ସର୍ଗୀକୃତ ଏବଂ ଦୃଢ କାର୍ଯ୍ୟ ଶକ୍ତି ଏବଂ ଆନ୍ତରିକ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହି ପ୍ରଦର୍ଶନକୁ ହାସଲ କରି ନିଜକୁ ଗର୍ବିତ କରିପାରିଛି। ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ସୁଶ୍ରୀ ଅର୍ଚନା ଯୋଶୀ ଏବଂ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଶ୍ରୀ ପ୍ରମୋଦ କୁମାର ଜେନା ପଣ୍ୟ ପରିବହନ କ୍ଷେତ୍ରରେ ଜଡିତ ସମସ୍ତ କର୍ମଚାରୀଙ୍କ ଅବଦାନକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅକ୍ଟୋବର 2021 ଠାରୁ, ଯେତେବେଳେ ଦେଶରେ କୋଇଲା ସଙ୍କଟ ଦେଖାଗଲା, ସେତେବେଳେ ପୂର୍ବତଟ ରେଳପଥ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଏହାର ପରିସୀମା ମଧ୍ୟରୁ 16.7% ଅଧିକ କୋଇଲା ବୋଝେଇ କରିଥିଲା ବିଶେଷତ ତାଳଚେରରୁ ଏହି ଆର୍ଥିକ ବର୍ଷରେ 23% ଅଧିକ କୋଇଲା ବୋଝେଇ କରିଥିଲା। ଏହା ଦେଶର ବିଭିନ୍ନ ସ୍ଥାନରେ ଥିବା ପାୱାର ହାଉସରେ କୋଇଲା ସଂକଟକୁ ଦୂରକରିବା ପାଇଁ ସାହାଯ୍ୟ କରିଥିଲା। ଇସ୍ପାତ, ଲୁହାପଥର ଏବଂ ଆଲୁମିନିୟମ୍ ପରି ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରଗୁଡିକ ମଧ୍ୟ ଯଥେଷ୍ଟ ଅଭିବୃଦ୍ଧି ପଞ୍ଜିକୃତ କରିଥିଲେ।

କୋଭିଡ 19 ମହାମାରୀର ଆହ୍ୱାନ, ଲୁହାପଥର ରପ୍ତାନି ଏବଂ କୋଇଲାରେ ସଙ୍କଟ ଓ ଚାହିଦା ହ୍ରାସ ସତ୍ୱେ ପୂର୍ବତଟ ରେଳପଥ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଦେଶର ପାୱାର ହାଉସ ଉପରେ ଧ୍ୟାନ ଦେଇଛି ଯାହା ଦ୍ୱାରା ମହାମାରୀ ସମୟରେ ଆବଶ୍ୟକ ସେବାରେ ବାଧା ସୃଷ୍ଟି ହୋଇନପାରିବ। ଏହା ବ୍ୟତୀତ ପୂର୍ବତଟ ରେଳପଥ କୋଭିଡ ମହାମାରୀ ସମୟରେ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ 44 ଟି ଅମ୍ଳଜାନ ସ୍ପେଶାଲ ଟ୍ରେନର ଚଳାଚଳ କରାଇଅଛି।

ଏହି ସମୟ ମଧ୍ୟରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ 152.46 ନିୟୁତ ଟନ ମାଲ ପରିବହନ, ୱାଲଟିୟର ରେଳ ମଣ୍ଡଳରୁ 66.88 ନିୟୁତ ଟନ ମାଲ ପରିବହନ ଏବଂ ସମ୍ବଲପୁର ରେଳ ମଣ୍ଡଳରୁ 12.79 ନିୟୁତ ଟନ ମାଲ ପରିବହନ କରାଯାଇଅଛି। ଏହି ପ୍ରଶଂସନୀୟ କାର୍ଯ୍ୟଦକ୍ଷତା ହାସଲ କରିବାକୁ, ପୂର୍ବତଟ ରେଳପଥ 2021-22 ଆର୍ଥିକ ବର୍ଷରେ ଦୈନିକ ପ୍ରାୟ 217.8 ଟି ଟ୍ରେନ୍ ର ସର୍ବାଧିକ ଅଦଳବଦଳ କରିଛି ଯାହାକି 2020-21 ରେ ଦୈନିକ ପ୍ରାୟ 195.4 ଟି ଅଦଳ ବଦଳ କରିପାରିଥିଲା। ଏହା ବ୍ୟତୀତ କୋଇଲା ଏବଂ ଲୁହ ପଥର ୱାଗନ୍ ରିଲିଜ୍ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଥିଲା। ଗତ ଆର୍ଥିକ ବର୍ଷ ତୁଳନାରେ BOXN ରେକ୍ ପରିଚାଳନା 49.8% ରୁ 53.9% ଏବଂ BCN ରେକ୍ 39.6% ରୁ 44.0% କୁ ବୃଦ୍ଧି କରାଯାଇ ପାରିଥିଲା।

ତାଳଚେର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରାମ, କେନ୍ଦୁଝର, କେକେ ଲାଇନ, ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ ସହିତ ପୂର୍ବତଟ ରେଳପଥ ମଧ୍ୟରେ ଥିବା ଅନ୍ୟାନ ଶିଳ୍ପ ସଂସ୍ଥା ଗୁଡିକ ମାଲ ପରିବହନରେ ପ୍ରମୁଖ ଯୋଗଦାନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (SECR) ଦ୍ୱାରା ଏହି ସମାନ ସମୟ ମଧ୍ୟରେ 212.37 ନିୟୁତ ଟନ ଏବଂ ଦକ୍ଷିଣ ପୂର୍ବ ରେଳପଥ (SER) 195 ନିୟୁତ ଟନପଣ୍ୟ ପରିବହନ କରି ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

ପଣ୍ୟ ପରିବହନ ପୂର୍ବତଟ ରେଳପଥ ଭାରତୀୟ ରେଳବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.