Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ଜାତୀୟତା ଜାଗରଣର ସମୟ ଆସିଛି: ବାଚସ୍ପତି ଡ. ସୂର୍ଯ୍ୟ ପାତ୍ର
ଆଜିର ଖବର

ଓଡ଼ିଆ ଜାତୀୟତା ଜାଗରଣର ସମୟ ଆସିଛି: ବାଚସ୍ପତି ଡ. ସୂର୍ଯ୍ୟ ପାତ୍ର

April 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ବିଶ୍ବ ଓଡ଼ିଶା ୮ମ ପ୍ରତିଷ୍ଠା ଦିବସକୁ ବାଚସ୍ପତି ତଥା ବିଶ୍ବ ଓଡ଼ିଶାର ସଭାପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ତଥା ଓଡ଼ିଆ ଅସ୍ମିତା ଜାତୀୟତାର ବିଶ୍ବ ବ୍ୟାପୀ ପ୍ରସାର କରିବା ପାଇଁ ଏକ ସମ୍ମିଳିତ ଜାଗରଣର ସମୟ ଆସିଛି ବୋଲି ଡ. ପାତ୍ର କହିଛନ୍ତି।

ଆଜିର ପିଢ଼ି ଓଡ଼ିଆ ଜାତିର ପୂର୍ବ ଗୌରବକୁ ଭୁଲିଯାଉଛନ୍ତି। ଏହାକୁ ମନେ ପକେଇ ଦେବା ପାଇଁ “ବିଶ୍ବ ଓଡ଼ିଶା” ଯେଉଁ ଉଦ୍ୟମ କରୁଛି ତାହା ପ୍ରସଂଶାଯୋଗ୍ୟ। ଆଗାମୀ ସମୟରେ ବିଶ୍ଵବ୍ୟାପୀ ଓଡ଼ିଆଙ୍କୁ “ବିଶ୍ବ ଓଡ଼ିଶା” ସଙ୍ଗଠିତ କରି ଓଡ଼ିଶାର ବିକାଶ କ୍ଷେତ୍ରରେ ଉଦ୍ୟମ କରୁ ବୋଲି ବାଚସ୍ପତି କହିଛନ୍ତି।

ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ସାଧିକା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗ ଦେଇ ବିଶ୍ଵବ୍ୟାପୀ ଓଡ଼ିଆ ସଙ୍ଗୀତର ଆଦର ଥିବା କହିଥିଲେ। ଏହାକୁ ଆହୁରି ବିଶ୍ବାୟନ କରାଯିବା ଆବଶ୍ୟକ ବୋଲି ସେ କହିଲେ।

ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାସ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ମାଟି ପାଣି ପବନରୁ ସେ ବୈଜ୍ଞାନିକ ହେବାର ସୁଯୋଗ ପାଇଛନ୍ତି, ତେଣୁ ଏ ମାତୃଭୂମି ପାଇଁ ମମତା ତାଙ୍କୁ ଚିର ବାନ୍ଧିରଖିଛି।

ବିଶିଷ୍ଟ ସାହିତ୍ୟିକ ଅଧ୍ୟାପିକା ଡ. ପ୍ରତିଭା ମହାରଥୀ ମୁଖ୍ୟବକ୍ତା ଭାବରେ ଓଡ଼ିଆ ଜାତିର ମହନୀୟତା ଉପରେ ଭାବଗର୍ଭକ ଅଭିଭାଷଣ କରିଥିଲେ।

ଏହି ଅବସରରେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ବିଶ୍ବ ଓଡ଼ିଶା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏଥିସହିତ ଡ. ସୁସନ୍ଧ୍ୟା ମହାନ୍ତିଙ୍କୁ ବିଶ୍ବ ଓଡ଼ିଶା ଶିକ୍ଷା ସମ୍ମାନ, ପଣ୍ଡିତ ବିପିନ ବିହାରୀ ଶତପଥୀଙ୍କୁ ସାରସ୍ୱତ ସମ୍ମାନ, ନିବେଦିତା ମହାନ୍ତି ପଟ୍ଟନାୟକ, ଗୁରୁଶ୍ରୀ ପିତାମ୍ବର ବିଶ୍ୱାଳ, ପବିତ୍ର ପଟ୍ଟନାୟକଙ୍କୁ ସଂସ୍କୃତି ସମ୍ମାନ, ସମ୍ଭବ ଅନୁଷ୍ଠାନ, ସତ୍ୟନଗର ମହିଳା ଫୋରମ, ଯୋରନ୍ଦା ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଙ୍ଘ, ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀ ମହିଳା ସଂଘଙ୍କୁ ସମ୍ବେଦନା ସମ୍ମାନ, ଅଧ୍ୟାପିକା ଶକୁନ୍ତଳା ଭୂୟାଁ, ଗୀତାଞ୍ଜଳି ମହାନ୍ତିଙ୍କୁ ସ୍ୱରବର୍ଣ୍ଣା ସମ୍ମାନ, ଭୋଳାନାଥ ରାମଙ୍କୁ ଯୁବ ସମ୍ମାନ ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ସୁରଭି ଅନୁଷ୍ଠାନର ଛାତ୍ରୀ ସ୍ୱାତୀ ପଟ୍ଟନାୟକ, ଅଭୀପ୍ସା ଭଞ୍ଜ, ଅର୍ପିତା ସାମଲ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଉପସଭାପତି ଦ୍ବୀପାୟନ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ କରିଥିବା ବେଳେ ସମ୍ପାଦକ ମନୋଜ ମନ୍ମୟ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଉପସଭାପତି ଦିଲୀପ ରାୟ ଧନ୍ୟବାଦ ଦେଇଥିଲେ।

ସଂଯୋଜିକା ରଶ୍ମିତା ରାଉତ, ପ୍ରଭାତୀ ମହାପାତ୍ର, ଡ. ମାନସୀ କର, ମୀରା ବେଉରା, ରତ୍ନପ୍ରଭା ବାଇ, ସଂଯୋଜକ ଗୌରାଙ୍ଗ ରାଉତ, ଦୀନବନ୍ଧୁ ଷଡ଼ଙ୍ଗୀ, ଇଂ. ଫକୀର ମୋହନ ସାହୁ, ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶୁଭେନ୍ଦୁ କୁମାର ରାଉତରାୟଙ୍କ ସଭାପତିତ୍ବରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ପ୍ରଭାସ କୁମାର ସାମନ୍ତରାୟଙ୍କ ନେତୃତ୍ୱରେ ସାଙ୍ଗଠନିକ ଆଲୋଚନାରେ ଅନନ୍ତ ଦାସ, ପ୍ରଶାନ୍ତ ଧଳ, ମଧୁସୂଦନ ଶତପଥୀ, ନଦିଆ ବିହାରୀ ସାହୁ, ଶୁଭଶ୍ରୀ ରାୟ, ଇତିଶ୍ରୀ ମାନଲକ୍ଷ୍ମୀ ଜେନା, ସୁନୀଲ ପଣ୍ଡା, ଧୀରେନ ମହାନ୍ତି ଭାଗନେଇଥିଲେ।

ଡ. ସୂର୍ଯ୍ୟ ନାରାୟଣ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.