ଜାତୀୟ ରାଜପଥ ଉପରେ ପଡିଛି ଚିତାବାଘର ମୃତ ଦେହ, ଲୋକେ ଦେଖି ଭୟଭିତ

Published: Apr 3, 2022, 7:46 am IST

ନୂଆଦିଲ୍ଲୀ: ଶନିବାର ଦିନ ଜାତୀୟ ରାଜପଥରେ ଏକ ଚିତାବାଘର ମୃତଦେହ ମିଳିଥଲା। ବନ ବିଭାଗର ଅଧିକାରୀମାନେ ଦାବି କରିଛନ୍ତି ଯେ ତାଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଚିହ୍ନ ଥିବାରୁ ଚିତାବାଘଟି ଏକ ଅଜ୍ଞାତ ଗାଡି ଧକ୍କାରେ ମୃତ୍ୟୁ ହୋଇଛି। ଏହାର ନଖ ଓ ଦାନ୍ତ ଅକ୍ଷୁର୍ଣ୍ଣ ଥିବା ଦେଖିବାକୁ ମିଳିଥିଲା। ଚାରି ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା ଯେଉଁଥିରେ କିଛି ଦିନ ପୂର୍ବରୁ ସେଓନିରେ ଗାଡି ଧକ୍କାରେ ଏକ ବାଘର ମୃତ୍ୟୁ ଘଟିଥିଲା।

ଏହି ଘଟଣାଟି ମଧ୍ୟ ପ୍ରଦେଶ ଇନ୍ଦୋରର ଭୈରବ ମନ୍ଦିର ନିକଟ ମନପୁର ଧାମନୋଡ ରୋଡରେ ଏନଏଚ 3 ରେ ଘଟିଛି। ଏହା ସକାଳ ପ୍ରାୟ 3.45 ସମୟରେ ଘଟିଥିବାର ଅନୁମାନ କରାଯାଉଛି। ଘଟଣାସ୍ଥନରେ ବନ ବିଭାଗର ଅଧିକାରୀମାନେ ପହଁଚି ମୃତ ଚିତାବାଘ ଜବତ କରିଛନ୍ତି। କେଉଁ କାରଣରୁ ମୃତ୍ୟୁ ହେଲା ତା ଯାଞ୍ଚ କରିବାକୁ ମୋହୋ ଏବଂ ମନପୁରର ପ୍ରାଣୀ ଚିକିତ୍ସକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଏବଂ ଜଙ୍ଗଲ ବିଭାଗର ଏକ ଟିମ୍ ମୃତ ଚିତାବାଘକୁ ଯାଞ୍ଚ କରିଥିଲେ ଏବଂ ଏହାର ମୁଣ୍ଡ ଓ ପାଟିରେ ଆଘାତ ଲାଗିଥିବା ଜଣାପଡିଛି। ଏହାର ବାମ ଆଗ ଗୋଡ ଏବଂ ପଛ ବାମ ଗୋଡ ଭାଙ୍ଗି ଯାଇଛି। ସେହିପରି ପିଠିର ଆଭ୍ୟନ୍ତରୀଣ ଏବଂ ବାହ୍ୟ କ୍ଷତ, ବାମ ଗୋଡ଼ରେ ଚର୍ମ କ୍ଷତ ଚିହ୍ନ ହୋଇଛି।  ଡାକ୍ତରୀ ଦଳ ଅନୁମାନ କହିଛନ୍ତି ଯେ ଏକ ସଡ଼କ ଦୁର୍ଘଟଣାରେ ଚିତାବାଘଟିର ମୃତ୍ୟୁ ଘଟିଛି।

ଫେବୃଆରୀରୁ ଏପ୍ରିଲର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ମୋହୋ ଏବଂ ମନପୁର ଜଙ୍ଗଲ ଅଞ୍ଚଳରେ ଗତ 70 ଦିନ ମଧ୍ୟରେ ଏହା ହେଉଛି ଚତୁର୍ଥ ଚିତାବାଘ ମୃତ୍ୟୁ।

Related posts