
ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜାମିନ ମିଳିଛି। ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟ ମହାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମହାରଥୀଙ୍କ ଗେଷ୍ଟ ହାଉସ୍ରେ ରେଡ୍ କରୁଥିବା ସମୟରେ ମାଜିଷ୍ଟ୍ରେଟ୍ଙ୍କୁ ମାଡ ଅଭିଯୋଗରେ ଗିରଫ ହୋଇଥିବା ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ୫୦ ହଜାର ଟଙ୍କାର ଓ ଦୁଇ ଜଣ ଜାମିନଦାରଙ୍କ ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପୋଲିସ୍କୁ ତଦନ୍ତରେ ସହଯୋଗ ଏବଂ ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।