ଏପ୍ରିଲ ୧୦ ରୁ ଚଳାଚଳ କରିବ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ

Published: Apr 6, 2022, 7:24 pm IST

ଭୁବନେଶ୍ଵର: ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି।

୧୮୩୦୩ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତ୍ୟହ ସକାଳ ୬ ଘଟିକାରେ ଛାଡି ପୁରୀ ଠାରେ ଅପରାହ୍ନ ୧୨ଘ.୫୦ମି.ରେ ପହଞ୍ଚିବ।

ଫେରିବା ମାର୍ଗରେ, ୧୮୪୦୪ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ପୁରୀ ଠାରୁ ପ୍ରତ୍ୟହ ଅପରାହ୍ନ ୩ଘ.୪୫ମି.ରେ ଛାଡି ସମ୍ବଲପୁର ଠାରେ ରାତ୍ରି ୧୦ଘ.୨୦ମି.ରେ ପହଞ୍ଚିବ।

ଏହି ଟ୍ରେନ୍ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ଜୁଜୋମୁରା, ରେଢ଼ାଖୋଲ, ବାମୁର, ବୋଇଣ୍ଡା, ଜରାପଡା, ଅନୁଗୁଳ, ତାଳଚେର ରୋଡ୍, ମେରାମାଣ୍ଡଳୀ, ଢ଼େଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବା ବେଳେ ଏହାର ଗଠନରେ ଦୁଇଟି ଏସି ଚେୟାର କାର, ପାଞ୍ଚଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

ବିଶାଖାପାଟନମ୍-କିରାଣ୍ଡୁଲ୍ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ:

୧୮୫୧୪/୧୮୫୧୩ ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ଏକ୍ସପ୍ରେସକୁ ଦ୍ୱି-ସାପ୍ତାହିକରୁ ଦୈନିକ ଚଳାଚଳ ପାଇଁ ସ୍ଥିର କରାଯାଇଅଛି। ଏହି ଟ୍ରେନ ଏପ୍ରିଲ ୭ ତାରିଖ ୨୦୨୨ ଠାରୁ ବିଶାଖାପାଟନମ୍ ଠାରୁ ଏବଂ ଏପ୍ରିଲ ୮ ତାରିଖ ୨୦୨୨ ଠାରୁ କିରାଣ୍ଡୁଲ ଠାରୁ ପ୍ରତିଦିନ ଚଳାଚଳ କରିବ। ଏହି ଟ୍ରେନ ପାଇଁ ସ୍ଥିରୀକୃତ ସମୟ ସାରଣୀ, ରହଣି ସ୍ଥାନ ଏବଂ ଗଠନରେ କୌଣସି ପରିବର୍ତନ ହେବନାହିଁ।

Related posts