Categories
ଆଜିର ଖବର ରାଜ୍ୟ ଖବର

ତିନୋଟି ଟ୍ରେନର ସମୟ ପ୍ରତ୍ୟକ ତିନୋଟି ଷ୍ଟେସନ ଠାରେ ସମୟରେ ପୁନଃ ନିର୍ଦ୍ଧାରଣ

ଭୁବନେଶ୍ବର: ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପରିଚାଳନାଗତ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ, ଢେଙ୍କାନାଳ-ଅନୁଗୁଳ ଏବଂ ଜଖପୁରା-ନୟାଗଡ଼ ରେଳ ସେକ୍ସନ ର ପ୍ରତ୍ୟକ ତିନୋଟି ଭିନ୍ନ ଷ୍ଟେସନରେ ତିନୋଟି ଟ୍ରେନର ସମୟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି।

12894 ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଅନୁଗୁଳ, ତାଳଚେର ରୋଡ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମାନଙ୍କରେ 16 ଅଗଷ୍ଟ 2023 ଠାରୁ ବର୍ତ୍ତମାନର ନିର୍ଦ୍ଧାରିତ ସମୟ ସାରଣୀ ପରିବର୍ତ୍ତେ ନୂତନ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ ଯାହାକି ପୁରୁଣା ସମୟ ସାରଣୀ ଠାରୁ କିଛି ସମୟ ପୂର୍ବରୁ ଯାତ୍ରା କରିବ। ବାଲାଙ୍ଗୀରରୁ ଛାଡୁଥିବା ଏହି ଟ୍ରେନ୍ ବର୍ତ୍ତମାନ ଅନୁଗୁଳ ଠାରେ ସନ୍ଧ୍ୟା 07ଘ.10 ମି.ରେ ପହଞ୍ଚି ସନ୍ଧ୍ୟା 07ଘ.12 ମି.ରେ ଛାଡିବ, ତାଳଚେର ରୋଡ଼ ଠାରେ ସନ୍ଧ୍ୟା 07ଘ.15 ମି.ରେ ପହଞ୍ଚି ସନ୍ଧ୍ୟା 07ଘ.17 ମି.ରେ ଛାଡିବ ଓ ମେରାମଣ୍ଡଳୀ ଠାରେ ସନ୍ଧ୍ୟା 07ଘ.37 ମି.ରେ ପହଞ୍ଚି ସନ୍ଧ୍ୟା 07ଘ.38 ମି.ରେ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

18303 ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ଅନୁଗୁଳ, ତାଳଚେର ରୋଡ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମାନଙ୍କରେ 16 ଅଗଷ୍ଟ 2023 ଠାରୁ ବର୍ତ୍ତମାନର ନିର୍ଦ୍ଧାରିତ ସମୟ ସାରଣୀ ପରିବର୍ତ୍ତେ ନୂତନ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ ଯାହାକି ପୁରୁଣା ସମୟ ସାରଣୀ ଠାରୁ କିଛି ସମୟ ପୂର୍ବରୁ ଯାତ୍ରା କରିବ। ସମ୍ବଲପୁରରୁ ଛାଡୁଥିବା ଏହି ଟ୍ରେନ୍ ବର୍ତ୍ତମାନ ଅନୁଗୁଳ ଠାରେ ପୂର୍ବାହ୍ନ 08ଘ.35 ମି.ରେ ପହଞ୍ଚି ପୂର୍ବାହ୍ନ 08ଘ.37 ମି.ରେ ଛାଡିବ, ତାଳଚେର ରୋଡ଼ ଠାରେ ପୂର୍ବାହ୍ନ 08ଘ.45 ମି.ରେ ପହଞ୍ଚି ପୂର୍ବାହ୍ନ 08ଘ.46 ମି.ରେ ଛାଡିବ ଓ ମେରାମଣ୍ଡଳୀ ଠାରେ ପୂର୍ବାହ୍ନ 09ଘ.03 ମି.ରେ ପହଞ୍ଚି ପୂର୍ବାହ୍ନ 09ଘ.04 ମି.ରେ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ସେହିଭଳି, 18415 ବଡ଼ବିଲ-ପୁରୀ ଏକ୍ସପ୍ରେସ ନୟାଗଡ଼, ପର୍ଜନପୁର ଏବଂ ଗୋଆଲଡିହ ରେଳ ଷ୍ଟେସନ ମାନଙ୍କରେ 20 ଅଗଷ୍ଟ 2023 ଠାରୁ ବର୍ତ୍ତମାନର ନିର୍ଦ୍ଧାରିତ ସମୟ ସାରଣୀ ପରିବର୍ତ୍ତେ ନୂତନ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ ଯାହାକି ପୁରୁଣା ସମୟ ସାରଣୀ ଠାରୁ କିଛି ସମୟ ପୂର୍ବରୁ ଯାତ୍ରା କରିବ। ବଡ଼ବିଲରୁ ଛାଡୁଥିବା ଏହି ଟ୍ରେନ୍ ବର୍ତ୍ତମାନ ନୟାଗଡ଼ ଠାରେ ଅପରାହ୍ନ 12ଘ.52 ମି.ରେ ପହଞ୍ଚି ଅପରାହ୍ନ 12ଘ.53 ମି.ରେ ଛାଡିବ, ପର୍ଜନପୁର ଠାରେ ଅପରାହ୍ନ 01ଘ.03 ମି.ରେ ପହଞ୍ଚି ଅପରାହ୍ନ 01ଘ.04 ମି.ରେ ଛାଡିବ ଓ ଗୋଆଲଡିହ ଠାରେ ଅପରାହ୍ନ 01ଘ.14 ମି.ରେ ପହଞ୍ଚି ଅପରାହ୍ନ 01ଘ.15 ମି.ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ।

ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ଉପରୋକ୍ତ ଟ୍ରେନ୍ଗୁଡ଼ିକର ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ମଦଦ ପୋର୍ଟାଲରେ ଅଭିଯୋଗ ପରେ ଟ୍ରେନରେ ଛାଡିଯାଇଥିବା ବ୍ୟାଗ ଫେରିପାଇଲେ ଯାତ୍ରୀ

ଭୁବନେଶ୍ବର: ସମ୍ବଲପୁର – ରାୟଗଡା ଇଣ୍ଟର ସିଟି ଏକ୍ସପ୍ରେସରେ ବରପାଲିରୁ କେସିଙ୍ଗା ଯାତ୍ରା କରୁଥୁବା ବିମଲ କୁମାର ବିଦ୍ୟାଧର ନାମକ ଏକ ଯାତ୍ରୀ ଆଜି ରେଳ ମଦଦ ପୋର୍ଟାଲ ଦ୍ୱାରା ତାଙ୍କର ବ୍ୟାଗ ଛାଡିଯାଇଥିବା ଅଭିଯୋଗ କରିଥିଲେ।

ରେଳବାଇ ଏହି ଅଭିଯୋଗ ଆଧାରରେ ତତକ୍ଷଣ କାର୍ଯ୍ୟକାରୀ କରି ଶ୍ରୀ ବିଦ୍ୟାଧରଙ୍କୁ ତାଙ୍କର ବ୍ୟାଗ ଖୋଜିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବ। ଏହା ପରେ ମୁନିଗୁଡା ଓ ସମ୍ବଲପୁର ରେଳବାଇ ସୁରକ୍ଷା ବଳ ଅଧୁକାରୀମାନଙ୍କୁ ଏହି ସମ୍ବନ୍ଧରେ ଅବଗତ କରାଯାଇଥିଲା। ପରେ ମୁନିଗୁଡା ସ୍ଥିତ ଆରପିଏଫ ଦଳ ଟ୍ରେନରେ ଖୋଜିବା ଆରମ୍ଭ କରି ଛାଡିଯାଇଥିବା ବ୍ୟାଗକୁ ନିଜ ଅକ୍ତିଆରକୁ ନେଇ ସଠିକ ଯାଞ୍ଚ ପରେ ଯାତ୍ରୀଙ୍କୁ ତାଙ୍କ ଛାଡିଯାଇଥିବା ବ୍ୟାଗକୁ ହସ୍ତାନ୍ତର କରିଥିଲେ।

ଯାତ୍ରୀ ତାଙ୍କ ବ୍ୟାଗ ଫେରିପାଇ ରେଳ ମନ୍ତ୍ରଣାଳୟ ଓ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅଭିଯୋଗର ତ୍ୱରିତ କାରବାଇ ପାଇଁ ଧନ୍ୟବାଦ ଦେବା ସହିତ ଯାତ୍ରୀମାନଙ୍କ ପାଇଁ ଏହି ପୋର୍ଟାଲ ବିକଶିତ କରିଥିବାରୁ ଭୁୟସୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ୧୦ ରୁ ଚଳାଚଳ କରିବ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ

ଭୁବନେଶ୍ଵର: ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି।

୧୮୩୦୩ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତ୍ୟହ ସକାଳ ୬ ଘଟିକାରେ ଛାଡି ପୁରୀ ଠାରେ ଅପରାହ୍ନ ୧୨ଘ.୫୦ମି.ରେ ପହଞ୍ଚିବ।

ଫେରିବା ମାର୍ଗରେ, ୧୮୪୦୪ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ପୁରୀ ଠାରୁ ପ୍ରତ୍ୟହ ଅପରାହ୍ନ ୩ଘ.୪୫ମି.ରେ ଛାଡି ସମ୍ବଲପୁର ଠାରେ ରାତ୍ରି ୧୦ଘ.୨୦ମି.ରେ ପହଞ୍ଚିବ।

ଏହି ଟ୍ରେନ୍ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ଜୁଜୋମୁରା, ରେଢ଼ାଖୋଲ, ବାମୁର, ବୋଇଣ୍ଡା, ଜରାପଡା, ଅନୁଗୁଳ, ତାଳଚେର ରୋଡ୍, ମେରାମାଣ୍ଡଳୀ, ଢ଼େଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବା ବେଳେ ଏହାର ଗଠନରେ ଦୁଇଟି ଏସି ଚେୟାର କାର, ପାଞ୍ଚଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି।

ବିଶାଖାପାଟନମ୍-କିରାଣ୍ଡୁଲ୍ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ:

୧୮୫୧୪/୧୮୫୧୩ ବିଶାଖାପାଟନମ୍-କିରାଣ୍ଡୁଲ-ବିଶାଖାପାଟନମ୍ ଏକ୍ସପ୍ରେସକୁ ଦ୍ୱି-ସାପ୍ତାହିକରୁ ଦୈନିକ ଚଳାଚଳ ପାଇଁ ସ୍ଥିର କରାଯାଇଅଛି। ଏହି ଟ୍ରେନ ଏପ୍ରିଲ ୭ ତାରିଖ ୨୦୨୨ ଠାରୁ ବିଶାଖାପାଟନମ୍ ଠାରୁ ଏବଂ ଏପ୍ରିଲ ୮ ତାରିଖ ୨୦୨୨ ଠାରୁ କିରାଣ୍ଡୁଲ ଠାରୁ ପ୍ରତିଦିନ ଚଳାଚଳ କରିବ। ଏହି ଟ୍ରେନ ପାଇଁ ସ୍ଥିରୀକୃତ ସମୟ ସାରଣୀ, ରହଣି ସ୍ଥାନ ଏବଂ ଗଠନରେ କୌଣସି ପରିବର୍ତନ ହେବନାହିଁ।