Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଣ ବିଜେପି ମେଂଟ ଗଠନ ପାଇଁ ଉପରେ ଗୁରୁତ୍ୱ ଦେବ ଫରୱାର୍ଡ଼ ବ୍ଲକ୍‌: ଦେବବ୍ରତ ବିଶ୍ୱାସ
ଆଜିର ଖବର

ଅଣ ବିଜେପି ମେଂଟ ଗଠନ ପାଇଁ ଉପରେ ଗୁରୁତ୍ୱ ଦେବ ଫରୱାର୍ଡ଼ ବ୍ଲକ୍‌: ଦେବବ୍ରତ ବିଶ୍ୱାସ

April 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ଜାତୀୟ ପରିଷଦ ବୈଠକ ଆରମ୍ଭ ହୋଇଛି। ଫରୱାର୍ଡ଼ ବ୍ଲକ ଜାତୀୟ ଉପସଭାପତି ତଥା ବିଧାୟକ ପି.ଭି. କାଦିରମଣ୍ ଏହି ଦୁଇଦିନିଆ ଜାତୀୟ ପରିଷଦ ବୈଠକରେ ସଭାପତିତ୍ୱ କରୁଛନ୍ତି।

ଏହି ଜାତୀୟ ପରିଷଦ ବୈଠକରେ ଉଦ୍‌ଘାଟନୀ ଅଭିଭାଷଣ ରଖି ଦେଶରେ ଦେଖାଯାଉଥିବା ସଂକଟମୟ ପରିସ୍ଥିତି ସଂକ୍ରାନ୍ତରେ ଫରୱାର୍ଡ଼ ବ୍ଲକ୍‌ର ସର୍ବଭାରତୀୟ ସାଧାରଣ ସଂପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ ସୂଚନା ପ୍ରଦାନ କରିଥିଲେ। ଦେଶର ରଷ୍ଟ୍ରାୟତ ସଂପଦକୁ କେନ୍ଦ୍ର ସରକାର ଶାଗ,ମାଛ ଦରରେ ବିକ୍ରି କରୁଛନ୍ତି। ଦେଶର ପ୍ରାକୃତିକ ସଂପଦର ଲୁଟ ଚାଲିଛି। ବେକାରୀ ସମସ୍ୟାର ସମାଧାନ କରିବାରେ ସରକାର ବିଫଳ ହୋଇଛନ୍ତି। ପେଟ୍ରୋଲ୍‌, ଡ଼ିଜେଲ୍ ଓ ଇନ୍ଧନ ଗ୍ୟାସ୍‌ର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ମୋଦି ସରକାର ଅମଳରେ ଗଣତନ୍ତ୍ର ବିପିନ୍ନ ହେବାରେ ଲାଗିଛି। ଦେଶରେ ସଂସଦରେ ଜନଗଣଙ୍କ ସପକ୍ଷରେ ଆଇନ୍ ପ୍ରଣୟନ ହେବା ପରିବର୍ତେ ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଆଇନ୍ ପ୍ରଣୟନ କରାଯାଉଛି। ଫଳରେ ଦେଶ ଓ ଦେଶବାସୀଙ୍କ ଜୀବନଜିବୀକା ବିପନ୍ନ ହେବାରେ ଲାଗିଛି। ଏଭଳି ବିପତିରୁ ରକ୍ଷା ପାଇବା ପାଇଁ ଅଣ ବିଜେପି ରାଜନୈତିକ ମେଂଟ ଜନ ଆନ୍ଦୋଳନ ଜରିଆରେ ଗଢ଼ି ତୋଳିବାର ଆବଶ୍ୟକତା ରହିଛି। ଏକ ଦେଶପ୍ରେମୀ ରାଜନୈତିକ ଦଳ ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ସାଥିମାନେ ସେହି ଗୁରୁ ଦାଇତ୍ୱକୁ କାର୍ଯ୍ୟକାରୀ କରି ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଶ୍ରୀ ବିଶ୍ୱାସ ନିଜ ବକ୍ତବ୍ୟରେ ଆହ୍ୱାନ କରିଥିଲେ।

ଏହି ଜାତୀୟ ପରିଷଦ ବୈଠକର ପ୍ରାରମ୍ଭରେ ଫରୱାର୍ଡ଼ ବ୍ଲକର ଉପସଭାପତି ପି.ଭି. କାଦିରମଣ୍ ଫରୱାର୍ଡ଼ ବ୍ଳକର ପାର୍ଟି ପତକାକୁ ଉତୋଳନ କରିବା ପରେ ଆରମ୍ଭ ହୋଇଥିବା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସଂପାଦକ ଜି. ଦେବରାଜନ୍‌, ଜି.ଆର୍‌. ଶିବଶଂଙ୍କର, ନରେନ୍ ଚାଟ୍ଟାର୍ଜୀ, ଗୋବିନ୍ଦ ରାୟ, ବଣ୍ଡା ସୁରେନ୍ଦ୍ର ରେଡ୍ଡୀ ଓ ଜ୍ୟୋତି ରଂଜନ ମହାପାତ୍ର ପ୍ରମୁଖ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ। ଫରୱାର୍ଡ଼ ବ୍ଲକ୍‌ର ଏହି ଜାତୀୟ ପରିଷଦ ବୈଠକରେ ଭାରତବର୍ଷର ୧୮ଟି ରାଜ୍ୟରୁ ନେତୃତ୍ୱକାରୀ ସାଥିମାନେ ଯୋଗଦାନ କରିଛନ୍ତି।

ଏହି ବୈଠକରେ ଫରୱାର୍ଡ଼ ବ୍ଲକକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ସାଂଗଠନିକ ଓ ସାମ୍ବିଧାନୀକ ପରିବର୍ତନ କରାଯିବାର ସମ୍ଭାବନା ରହିଛି ବୋଲି ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ପ୍ରକାଶ କରିଛନ୍ତି।

ଫରୱାର୍ଡ଼ ବ୍ଲକ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026
Latest News

ପୂର୍ବ ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

October 21, 2026

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ସଂଯୋଗ ବାଧ୍ୟତାମୂଳକ

October 21, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.