Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲାପ୍ରୋସ୍କୋପିକ ପଦ୍ଧତିରେ କିଡ଼ନୀ କାଢିବା ପରେ ସଫଳ ହେଲା ପ୍ରତ୍ୟାରୋପଣ
ଆଜିର ଖବର

ଲାପ୍ରୋସ୍କୋପିକ ପଦ୍ଧତିରେ କିଡ଼ନୀ କାଢିବା ପରେ ସଫଳ ହେଲା ପ୍ରତ୍ୟାରୋପଣ

April 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅସୁସ୍ଥ ଝିଅକୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ଜନ୍ମକଲା ମା’। ସମ ଅଲଟିମେଟ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଇପାରିଛନ୍ତି ଜଣେ ଯୁବତୀ।

ସମ୍ପୃକ୍ତ ଯୁବତୀ ଜଣକଙ୍କର ଦୁଇଟି କିଡ଼ନୀ ସମ୍ପୂର୍ଣ ଭାବେ ଅକାମି ହୋଇ ପଡ଼ିଥିବା ବେଳେ ଚିକିତ୍ସା ନିମନ୍ତେ ଗତବର୍ଷ ନଭେମ୍ବର ମାସରେ ସେ ସମ ଅଲଟିମେଟ ମେଡ଼ିକେଆରରେ ଭର୍ତ୍ତି ହୋଇଥିଲେ। ସମ୍ମମରେ ନେଫରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ତାପସ ରଞ୍ଜନ ବେହେରାଙ୍କ ଅଧୀନରେ ଚିକିତ୍ସା ଆରମ୍ଭ ହେବାପରେ ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ତାଙ୍କର ସପ୍ତାହକୁ ଦୁଇ ଥର ଡାଏଲିସୀସ ଆରଂଭ କରାଯାଇଥିଲା।  ତେବେ ପରବର୍ତ୍ତୀ ପର୍ଯାୟରେ କିଡ଼ନୀ ପ୍ରତ୍ୟାରୋପଣର ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ବେହେରା ସୂଚନା ଦେଇଛନ୍ତି।

ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ କିଡ଼ନୀ ଦେବା ନିମନ୍ତେ ଇଛା ପ୍ରକାଶ କରିଥିଲେ ସମ୍ପୃକ୍ତ ଯୁବତୀଙ୍କ ମା’। କିଡ଼ନୀ ପ୍ରତ୍ୟାରୋପଣ ର ସମସ୍ତ ପ୍ରସ୍ତୁତି ପରେ ମା’ଙ୍କ ଶରୀରରୁ ଲାପ୍ରୋସ୍କୋପିକ ପଦ୍ଧତିରେ କିଡ଼ନୀ କଢ଼ାଯାଇ ଯୁବତୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା।

ଏହି ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ ପଦ୍ଧତି ପରିଚାଳନା କରିଥିଲେ ୟୁରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ପ୍ରିୟବ୍ରତ ଦାସ।

ଏହି ବିରଳ ଲାପ୍ରୋସ୍କୋପିକ ପଦ୍ଧତି ଦ୍ୱାରା ଡୋନରଙ୍କୁ ବିଶେଷ ଭାବେ କଷ୍ଟ ହୁଏ ନାହିଁ, ଶରୀରରେ କୌଣସି ଦାଗ ରହେ ନାହିଁ ଓ ସେ ଦୁଇ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଥିଲେ ବୋଲି ଡାକ୍ତର ଦାସ କହିଛନ୍ତି।

ତେବେ ଯୁବତୀଙ୍କ ଶରୀରରେ ସାଧାରଣ ଭାବେ ଅସ୍ତ୍ରୋପଚାର ମାଧ୍ୟମରେ କିଡ଼ନୀ ପ୍ରତ୍ୟାରୋପଣ କରାଯାଇଛି। ଡୋନରଙ୍କ ଠାରୁ କିଡ଼ନୀ ଅଣାଯିବା ଓ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପ୍ରକ୍ରିୟା ୪ ରୁ ୫ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଥିବା ସେ ସୂଚନା ଦେଇଛନ୍ତି।

ଯୁବତୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଶୁକ୍ରବାର ଡିସ୍ଚାର୍ଜ ହୋଇଛନ୍ତି। ଏହି ପ୍ରକ୍ରିୟା ଏକ ଟିମ ପ୍ରଚେଷ୍ଟା ଫଳରେ ସମ୍ଭବ ହୋଇପାରିଛି। ଏହା ନେଫ୍ରୋଲୋଜି, ୟୁରୋଲୋଜି, ଅନେସଥେସିଆ ଟିମ, ଓଟି ଷ୍ଟାଫ ଓ ଟ୍ରାନ୍ସ ପ୍ଲାଣ୍ଟ କୋଅର୍ଡିନେଟର ଙ୍କ ସହଯୋଗ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ଉଭୟ ଡାକ୍ତର।

ଝିଅ ସୁସ୍ଥ ହେବା ପରେ ସମ୍ମମ ଓ ଦୁଇ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ଯୁବତୀଙ୍କ ମା’।

କିଡନୀ ସଫଳ ଅସ୍ତ୍ରୋପଚାର
Share. Facebook Twitter LinkedIn Email WhatsApp Copy Link

Related Posts

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026
Latest News

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.