Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫରୱାର୍ଡ଼ ବ୍ଲକ୍ ସଂଗଠନକୁ ଅଧିକ ଜନାଭିମୁଖୀ କରିବା ପାଇଁ ଜାତୀୟ ପରିଷଦ ବୈଠକରେ ନିଷ୍ପତ୍ତି
ଆଜିର ଖବର

ଫରୱାର୍ଡ଼ ବ୍ଲକ୍ ସଂଗଠନକୁ ଅଧିକ ଜନାଭିମୁଖୀ କରିବା ପାଇଁ ଜାତୀୟ ପରିଷଦ ବୈଠକରେ ନିଷ୍ପତ୍ତି

April 10, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ଦୁଇଦିନ ଧରି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଚାଲିଥିବା ଜାତୀୟ ପରିଷଦ ବୈଠକ ଆଜି ଉଦ୍‌ଯାପିତ ହୋଇଯାଇଛି। ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ଉପସଭାପତି ପି.ଭି. କାଦିରମନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦୁଇଦିନିଆ ବୈଠକରେ ଦେଶର ଜନଗଣଙ୍କ ସମସ୍ୟା ସଂକ୍ରାନ୍ତରେ ବିସ୍ତାର ଭାବରେ ଆଲୋଚନା କରାଯାଇଥିଲା। ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ସମଗ୍ର ଦେଶ ଆଜି ସଂକଟମୟ ସମୟ ଦେଇ ଗତିକରୁଛି।

ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବେକାରୀ ସମସ୍ୟା ଉତ୍କଟତର ରୂପ ନେଲାଣି। ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାର ଅଭାବ ସାରା ଦେଶରେ ପରିଲକ୍ଷିତ ହେଉଛି। କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତି ଫଳରେ କ୍ଷୁଦ୍ର ବ୍ୟବସାୟୀ ଓ ଆତ୍ମନିଭରଶୀଳ ଯୁବବର୍ଗ ସେମାନଙ୍କ ବ୍ୟବସାୟ ହରାଇବାରେ ଲାଗିଛନ୍ତି। କୃଷକ ଓ ଶ୍ରମିକ ଶ୍ରେଣୀଙ୍କୁ ଯୋଜନା ବଦ୍ଧ ଭାବରେ କ୍ଷତି ପହଂଚାଇବା ପାଇଁ ସରକାରୀ ସ୍ଥରରେ ନିଷ୍ପତି ଗ୍ରହଣ କରାଯାଉଛି।

ଏପରିକି ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ନିଜର ସ୍ୱାଧିନତାକୁ ହରାଇଛି। ଗଣମାଧ୍ୟମର କଣ୍ଠରୋଦ୍ଧ ପାଇଁ ସୁଚିନ୍ତିତ ଯୋଜନା କରୁଛି ଶାସକ ଶ୍ରେଣୀ। ଆମ ରାଜ୍ୟରେ କୋଭିଡ଼୍ ଆଳ ଦେଖାଇ ଗଣମାଧ୍ୟମକୁ ଲୋକସଭା ଭବନକୁ ପ୍ରବେଶର ଅନୁମତି ବନ୍ଦ କରାଯାଇଥିବା ବେଳେ ସାରା ଦେଶରେ ଗଣମାଧ୍ୟମର ସ୍ୱାଧିନତା ବିଶ୍ୱର ୧୪୨ ନମ୍ବର ସ୍ଥାନରେ ପହଂଚିଛି ବୋଲି ପ୍ରତିନିଧିମାନଙ୍କ ବିଭିନ୍ନ ଆଲୋଚନାରେ ମତ ପ୍ରକାଶ ପାଇଛି। ଏଭଳିସ୍ଥଳେ ଏକ ଦେଶପ୍ରେମୀ, ଗଣତାନ୍ତ୍ରୀକ ରାଜନୈତିକ ଦଳ ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜର ଉଦଯାପନୀ ଅଭିଭାଷଣରେ ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ୱାସ ପ୍ରକାଶ କରିଛନ୍ତି। ଗଣମାଧ୍ୟମ ସରକାରଙ୍କ ଆଖି ଓ କାନ। ଗଣମାଧ୍ୟମର କଣ୍ଠରୋଦ୍ଧ କରାଗଲେ ଦେଶର ଗଣତାନ୍ତ୍ରୀକ ବିଦ୍ଧି ବ୍ୟବସ୍ଥା ବିପର୍ଣ୍ଣ ହେବ ବୋଲି ଚେତାଇ ଦେଇଛନ୍ତି ଶ୍ରୀ ବିଶ୍ୱାସ।

ଅନ୍ୟପଟରେ ପାର୍ଟି ସଂଗଠନକୁ ମଜବୁତ୍ ଓ ଲୋକାଭିମୁଖୀ କରିବା ପାଇଁ ସୁଭାଷବାଦୀ ବିଚାରଧାରାର ଆଧାରରେ ପାର୍ଟିର ପତକା ଓ ପାର୍ଟିର ସମ୍ବିଧାନରେ ବ୍ୟାପକ ପରିବର୍ତନ କରାଯାଇଛି। ଦୀର୍ଘ ୭୦ ବର୍ଷ ପରେ ପୁଣିଥରେ ନେତାଜୀଙ୍କ ଜନ୍ମମାଟିରେ ନେତାଜୀଙ୍କ ଦଳ ଫରୱାର୍ଡ଼ ବ୍ଲକ୍‌ର ପତକାରେ ପରିବର୍ତନ କରାଯାଇ ସେଥିରୁ ଦା’ ହାତୁଡ଼ି ଚିହ୍ନକୁ ବାଦ୍‌ଦେଇ କେବଳ ନାଲି ପତକା ଉପରେ ଲମ୍ଫ ମାରୁଥିବା ବାଘର ଚିହ୍ନକୁ ପାର୍ଟିର ନୂତନ ପତକା ଭାବରେ ବ୍ୟବହାର କରାଯିବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଶା ରାଜ୍ୟ ସାଧାରଣ ସଂପାଦକ ତଥା ଜାତୀୟ କମିଟିର ଅନ୍ୟତମ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି।

ପାର୍ଟି ସଂଗଠନରେ ଯୁବକମାନଙ୍କୁ ସାମିଲ କରିବା ପାଇଁ ଆଜାଦ୍ ହିନ୍ଦ୍ ବାହିନୀର କର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପାର୍ଟି ନେତୃତ୍ୱମାନଙ୍କ ସର୍ବାଧିକ ବୟସ ସୀମାକୁ ୭୫ ବର୍ଷ ରଖାଯାଇଥିବା ବେଳେ ପାର୍ଟିର ସମ୍ବିଧାନର ମୁଖବନ୍ଧରେ ପରିବର୍ତନ କରାଯାଇ ସୁଭାଷବାଦୀ ଆଦର୍ଶକୁ ସ୍ଥାନିତ କରାଯାଇଛି।

ଆଜିର ସଂକଟମୟ ସ୍ଥିତିରେ କେବଳ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶ ଏବଂ ବିଚାରଧାରା ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିପାରିବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେବା ବେଳେ ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ୱାସ ପ୍ରକାଶ କରିଛନ୍ତ।

ଆଜି ଉଦ୍‌ଯାପିତ ହୋଇଥିବା ଏହି ଦୁଇ ଦିନିଆ ଅଧିବେଶନରେ ଫରୱାର୍ଡ଼ ବ୍ଲକର ଜାତୀୟ ସଂପାଦକ ଜି. ଦେବରାଜନ୍‌, ଜି.ଆର. ଶିବଶଙ୍କର, ନରେନ୍ ଚାଟ୍ଟାର୍ଜୀ, ଗୋବିନ୍ଦ ରାୟ, ବଣ୍ଡା ସୁରେନ୍ଦ୍ର ରେଡ୍ଡୀ, ଜ୍ୟୋତି ରଂଜନ ମହାପାତ୍ର, ଓଡ଼ିଶା ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଆନ୍ଧ୍ରପ୍ରଦେଶର ସାଧାରଣ ସଂପାଦକ ସୁନ୍ଦର ରାମା ରାଜୁ, କେରଳ ରାଜ୍ୟର ସାଧାରଣ ସଂପାଦକ ମନୋଜ କୁମାରଙ୍କ ସମେତ ଶତାଧିକ ଜାତୀୟ ପରିଷଦ ସଭ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ଆଜି ଫରୱାର୍ଡ଼ ବ୍ଲକ୍ ରାଜ୍ୟ କାର୍ଯ୍ୟାଳୟ ନେତାଜୀ ଭବନ ପରିସରରେ ଅପରାହ୍ନରେ ନେତାଜୀଙ୍କ ଏକ ପ୍ରତିମୂର୍ତୀକୁ ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ୱାସ ଉନ୍ମୋଚନ କରିଛନ୍ତି।

ଜାତୀୟ ପରିଷଦ ବୈଠକ ନ‌େତାଜୀ ସୁଭାଷ ଚନ୍ଦ୍ର ବୋଷ ଫରୱାର୍ଡ଼ ବ୍ଲକ୍‌ ରାଜନୈତିକ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

January 12, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.