ମେସିଙ୍କ ଗୋଲ୍‌ରେ ବାର୍ସେଲୋନାକୁ ୨୬ ତମ ଲା ଲିଗା ଟାଇଟଲ

Published: Apr 28, 2019, 12:29 pm IST
barsenola won the la liga cup

ଅଧିନାୟକ ଲିଓନେଲ୍‌ ମେସିଙ୍କ ଗୋଲ୍‌ ବଳରେ ବାର୍ସେଲୋନା ନିଜର ୨୬ ତମ ଲା ଲିଗା ଟାଇଟଲ ହାସଲ କରିଛି। ଶନିବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ ୧-୦ ରେ ଲେଭାଣ୍ଟେକୁ ପରାସ୍ତ କରି ୨୬ ତମ ଟାଇଟଲ ହାସଲ କରିଛି ବାର୍ସଲୋନା। ସେହିପରି ମେସି ବାର୍ସେଲୋନା ସହିତ ୧୧ ଟି ସିଜିନ୍‌ ଖେଳିଥିବା ବେଳେ ଅଧିନାୟକ ଭାବରେ ଏହା ତାଙ୍କର ଅଷ୍ଟମ ଟାଇଟଲ। ମ୍ୟାଚ୍‌ର ୬୧ ତମ ମିନିଟ୍‌ରେ ଅର୍ଟୁରେ ଭାଇଡାଲ୍‌ଙ୍କ ହେଡରକୁ ଗୋଲ୍‌ରେ ପରିଣତ କରିଥିଲେ ମେସି। ମେସି ବୁଧବାର ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଲିଗ୍‌ ସେମିଫାଇନାଲ୍‌ ପାଇଁ ଅଧିକ ସମୟ ବେଞ୍ଚରେ ନଜର ଆସିଥିଲେ। ମେସିଙ୍କ ଅନୁପସ୍ଥିତିରେ ଫିଲିପ୍‌ କୁଟିନୋ ଗୋଲ୍‌ କରିବାର ଚେଷ୍ଟା କରିଥିଲେ ମଧ୍ୟ ଦୁଇଟି ସଟ୍‌ ବାର୍‌ରେ ବାଜିବାରୁ ଗୋଲ୍‌ରୁ ବଞ୍ଚିତ ହୋଇଥିଲେ କୁଟିନୋ। ସେହିପରି ବାର୍ସା ସହିତ ନିଜର ୧୧ ସିଜିନ୍‌ରୁ ୧୦ ଥର ଦଳକୁ ଚାମ୍ପିୟନ୍‌ କରାଇବାରେ ସକ୍ଷମ ରହିଛନ୍ତି ୩୧ ବର୍ଷୀୟ ଆର୍ଜେଣ୍ଟିନା ଫରଓ୍ବାର୍ଡ ମେସି। ଏହି ବିଜୟ ପରେ ଟ୍ରଫି ସହିତ ସମସ୍ତ ଖେଳାଳିଙ୍କ ସନ୍ତାନଙ୍କ ସହ ଫଟୋ ଉଠାଇଥିଲେ। ବୁଧବାର ବାର୍ସେଲୋନା ଚାମ୍ପିୟନ୍ସ ଲିଗ୍‌ ସେମି ଫାଇନାଲରେ ଲିଭରପୁଲ୍‌ର ମୁକାବିଲା କରିବ।

Related posts